ବିଦେଶ ପଳାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଛୁଟି ମନାଇବାକୁ ରାହୁଲ ଗାନ୍ଧୀ ବିଦେଶ ଚାଲିଯାଇଛନ୍ତି। କଂଗ୍ରେସ ପକ୍ଷରୁ ଏନେଇ କିଛି କୁହାଯାଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାହୁଲ ଗାନ୍ଧୀ ବିଦେଶ ଯାଇଛନ୍ତି।ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶୁଣାଣି ପରେ ରାହୁଲ ବିଦେଶ ଯାଇଥିଲେ। ସେହିପରି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଠିକ ମାସକ ପୂର୍ବରୁ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ। ତେବେ ଗତ ୫ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କର ଏହା ଦ୍ଵିତୀୟ ଗସ୍ତ ହୋଇଥିବାବେଳେ ଏହାକୁ ନେଇ କିଛି କଂଗ୍ରେସ ନେତା ଅସନ୍ଟୁଷ୍ଟ ଅଛନ୍ତି।ଏନେଇ ନେତାମାନେ ସାମ୍ନାକୁ ଆସିନଥିଲେ ବି ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲଙ୍କ ବିଦେଶ ବୁଲିବାକୁ ସେମାନେ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବା କଥା ଯେ ବିଧାନସଭା ନିର୍ବାଚନକୁ ନେଇ ଅନ୍ୟ ଦଳମାନେ ପ୍ରସ୍ତୁତ ହେଉଥିବାବେଳେ ରାହୁଲ ରଣନୀତି ପ୍ରସ୍ତୁତ ନ କରି ବିଦେଶ ପଳାଇଛନ୍ତି। ଉଲ୍ଲେଖ ଥାଉ କି କିଛି ଦିନ ତଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବରିଷ୍ଠ ନେତା ଓ ପ୍ରଶାନ୍ତ କିଶୋରଙ୍କ ସହ ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆଲୋଚନା କରିଥିଲେ।

Spread the love