ଉପେନ୍ଦ୍ରନାଥ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ

ଘାସୁଆ: ଭଦ୍ରକ ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କ୍ଷୀରକୋଣାରେ ଅବସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆଜି ୧୦୦ବର୍ଷ ପୂରିଛି । ଏହି ଅବସରରେ ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ତାଙ୍କ ସହ ରାଜ୍ୟମନ୍ତ୍ରୀ ମଣ୍ଡଳର ମନ୍ତ୍ରୀବୃନ୍ଦ, ଶିକ୍ଷାବିତ, ସାହିତ୍ୟିକ ଓ ଶିକ୍ଷା ଅଧିକାରୀ ସହ ପ୍ରଶାସକମାନେ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପୁରାତନ ତଥା ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅଂଚଳରେ ସୋର, ବାସୁଦେବପୁର ଓ ସମୁଳିଆର ତିନୋଟି ବ୍ଲକ ସଂଯୋଗ କରୁଥିବା ଏକ ଅଂଚଳ ଯେଉଁଠାରେ ଶିକ୍ଷାର କୌଣସି ଚିହ୍ନ ନଥିଲା ।
ସୂଚନାଥାଉ କି, ୧୯୬୩ମସିହା ଇଂରାଜୀ ବିଦ୍ୟାଳୟ ଓ ୧୯୬୬ରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ(ଉପେନ୍ଦ୍ରନାଥ ଏକାଡେମୀ) ଘାସୁଆ ଗାଁର ଶିକ୍ଷା ବିଭାଗର ତତକାଳୀନ ବିଭାଗୀୟ ଅଧିକାରୀ ସ୍ୱର୍ଗତ ଉପେନ୍ଦ୍ରନାଥ ପ୍ରଧାନଙ୍କ ମାର୍ଗଦର୍ଶନ ଓ ସହଯୋଗରେ ସ୍କୁଲଟି ପ୍ରତିଷ୍ଠା କରାଯାଇଥିଲା । ଏହି ସ୍କୁଲକୁ ମଣିଷ ତିଆରି କାରଖାନା କହିଲେ ଅତୁକ୍ତି ହେବ ନାହିଁ । ଏହି ସ୍କୁଲରୁ ଡାକ୍ତର, ପ୍ରଶାସକ, ଅଧ୍ୟାପକ, ଯନ୍ତ୍ରୀ, ଶିକ୍ଷକ, କୁଶଳୀ କାରିଗର, ଲେଖକ ଓ କଳାକାର ପ୍ରଭୃତି ତିଆରି ହୋଇଛନ୍ତି । ଏହି ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ସ୍ୱର୍ଗତ କେଶବ ଚରଣ ବେହେରାଙ୍କ ପରିଶ୍ରମ ଓ ଦୂରଦୃଷ୍ଟି ବିଦ୍ୟାଳୟର ପରିସରକୁ ସମୃଦ୍ଧ ଓ ବ୍ୟାପକ କରିଥିଲା । ଶିକ୍ଷକ ନଳନୀକାନ୍ତ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସୁଧାକର ବିଶ୍ୱାଳ ଆମ ଗହଣରେ ନାହାନ୍ତି । ପୂରବର୍ତୀ ସମୟରେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି ରଘୁନାଥ ପାଣିଗ୍ରାହୀ ।
ସୁବର୍ଣ୍ଣଜୟନ୍ତୀ ଅବସରରେ ଉପେନ୍ଦ୍ରନାଥ ପ୍ରଧାନଙ୍କ ସ୍ମୃତିକୁ ମନେ ପକାଇ ଘାସୁଆରେ ମଧ୍ୟ ଗଣଦୌଡ ଅନୁଷ୍ଠିତ ହୋଇଥିଲା । ଉପେନ୍ଦ୍ରନାଥ ପ୍ରର୍ତ୍ତିମୂତ୍ତି ପାଖରୁ ଛୋଟ ଛୋଟ ପିଲା ଏହି ଗଣଦୌଡରେ ଭାଗ ନେଇଥିଲେ । ସୁବର୍ଣ୍ଣଜୟନ୍ତ ଉପଲକ୍ଷେ ପୂର୍ବତନ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love