ଅବକାରୀ ବିଭାଗର ଚଢ଼ାଉ, ୩ ଗିରଫ

ଜଳେଶ୍ୱର,୧୮/୦୪: ଚୋରା ମଦ କାରବାରକୁ ନେଇ ବିଳମ୍ବିତ ରାତିରେ ଅବକାରୀ ବିଭାଗର ଚଢ଼ାଉ । ଜଣେ ମହିଳାଙ୍କ ସମେତ ୩ ଗିରଫ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଓ ରୁପ୍ସା ଥାନା ଅଂଚଳରେ ଚୋରା ଦେଶୀମଦ କାରବାର ଦୀର୍ଘ ଦିନ ଧରି ଚାଲି ଆସୁଛି । ଏନେଇ ବସ୍ତା ଅବକାରୀ ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ବସ୍ତା ଅବକାରୀ ଓଆଇସି କୁଳମଣି ମହାରଣାଙ୍କର ନେତୃତ୍ୱରେ ଏକ ଟିମ ରୁପ୍ସା ଥାନା ଅନ୍ତର୍ଗତ ବାରାପାଳ ଓ ହୀରାପୁର ଏବଂ ବସ୍ତା ଥାନା ଅନ୍ତର୍ଗତ ଟିକରପଡା ଅଂଚଳରେ ଚଢ଼ାଉ କରିଥିଲା । ଏଥିରେ ୯୦ଲିଟର ଦେଶୀ ମଦ ଜବତ କରିବା ସହିତ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ୍‌ । ଗିରଫ ହୋଇଥିବା ବ୍ୟକ୍ତିମାନେ ମଙ୍ଗୁଳି ହାଁସଦା, ଈଶ୍ୱର ସିଂ ଓ ବାପି ରାଉତ ବୋଲି ଜଣାପଡ଼ିଛି ।

Spread the love