ଜାତୀୟ ST ଆୟୋଗରେ ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

 ଜାତୀୟ ST ଆୟୋଗରେ ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ଜାତୀୟ ST ଆୟୋଗରେ ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ। ମଙ୍ଗଳବାର ଦିନ ୧୨ଟାରେ ଜାତୀୟ ST ଆୟୋଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ହାଜର କରାଇବାକୁ କେନ୍ଦୁଝର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି CBCID ଆଇଜି ଏ. ଏନ୍ ସିହ୍ନା।

ସୂଚନାଯୋଗ୍ୟ ଯେ, ବିଗତ ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ଵେ ଶୁଣାଣି ସମୟରେ ଜିଲ୍ଲାପାଳ ହାଜର ହେଉନଥିଲେ।

ଆୟୋଗ ପ୍ରତି ଅବହେଳା କରିବା ଅପରାଧରେ ଜିଲ୍ଲାପାଳ ଠାକରେଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଏସଟି ଆୟୋଗ। ଆଉ ଏବେ ମଙ୍ଗଳବାର ଦିନ ୧୨ଟାରେ ଜାତୀୟ ST ଆୟୋଗରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love