ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ

ଭବାନୀପାଟଣା: ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ ପ୍ରସ୍ତୁତ କରାଯାଇଛି।ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ର ଭବାନୀପାଟଣା ସହରରେ ଥିବାବେଳେ ଏହି କେନ୍ଦ୍ର ପକ୍ଷରୁ ଏହି ଦୁଇଟି ବିହନ ପ୍ରକାଶ ପାଇବା ଘଟଣା ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅଣ ବିଟି କଟନର ବିକଳ୍ପ ଭାବରେ ବିଏସ-୨୭୯ ଓ ବିଏସ-୩୦ ବିହନ ଚାଷୀଙ୍କୁ ଉପାଦେୟ ହେବ। ଅଣ ବିଟି କଟନର ଏହି ବିହନର ପ୍ରୋତ୍ସାହନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି।  ବିଏସ-୨୭୯ ବିହନ ନିମନ୍ତେ ୨୦୦୧ ମସିହାରୁ ଗବେଷଣା ଆରମ୍ଭ ହୋଇଥିଲା। ସେହିଭଳି ବିଏସ-୩୦ ବିହନ ନିମନ୍ତେ ୨୦୦୩ ମସିହାରୁ ଗବେଷଣା ଆରମ୍ଭ ହୋଇଥିଲା। ଏଆଇସିଆରପି ଅନ୍‌ କଟନ ପ୍ରକଳ୍ପ ମାଧ୍ୟମରେ ଭବାନୀପାଟଣା ଆରଆରଟିଏସ ପକ୍ଷରୁ ଏହି ଗବେଷଣା କାର୍ଯ୍ୟ ଚାଲିଥିଲା। ବ୍ରିଡର ଡ. ରବି ପଟ୍ଟନାୟକ, ଡ. ସୁଶାନ୍ତ ମହାନ୍ତି ଏଣ୍ଟୋମୋଲୋଜି ଡ. ନିରଞ୍ଜନ ମାରାଣ୍ଡି, ଅଫିସର ଇନ୍‌ଚାର୍ଜ ଡ. ଭବାନୀଶଙ୍କର ନାଏକ, ଆସୋସିଏଟ୍‌ ଡାଇରେକ୍ଟର ଅଫ୍‌ ରିସର୍ଚ୍ଚ ଡ. ଚନ୍ଦ୍ରମଣି ଖଣ୍ଡାଙ୍କ ନେତୃତ୍ବରେ ଏହି ଦୁଇଟି ବିହନର ଗବେଷଣା ହୋଇଥିଲା। ଏହି ଦୁଇଟି ବିହନ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଓ ଓଡିଶା ପାଇଁ ଉପଯୁକ୍ତ ଅଟେ ବୋଲି କୁହାଯାଇଛି।

Spread the love