ୱାର୍ଲ୍ଡ ଆର୍ଥ ଡେ: ବେଳାଭୂମିରେ ଶିଳ୍ପୀ ମାନସ ସାହୁ ବାଲୁକା କଳା
ପୁରୀ : ଆଜି ‘ ୱାର୍ଲ୍ଡ ଆର୍ଥ ଡେ ’। ଧରିତ୍ରୀ ମା’କୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତି ବର୍ଷ ଏପ୍ରିଲ୍ ୨୨ ତାରିଖକୁ ‘ ୱର୍ଲ୍ଡ ଆର୍ଥ ଡେ ’ ବା ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ। ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ ହେଉଛି । ପୃଥିବୀପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଏହାଦ୍ୱାରା ସୂଚାଇ ଦିଆଯାଇଛି।
ସେହିପରି ୱା୍ଲଡ଼ ଆର୍ଥ ଡେ ଉପଲକ୍ଷେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ପରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷ ର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା କଳା ରେ ପୃଥିବୀ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀ ର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ । ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।