ବ୍ରେନ ଷ୍ଟ୍ରୋକ୍ର କାରଣ

ଯେକୌଣସି ବହି, ବ୍ଲଗ୍ କିମ୍ବା ଟିଭିରେ ଶରୀରକୁ ସୁସ୍ଥ ରଖିବା ବିଷୟରେ ସବୁଠାରେ ଆଲୋଚନା ହୋଇଥାଏ । କିନ୍ତୁ ମସ୍ତିଷ୍କକୁ ସୁସ୍ଥ ରଖିବା ବିଷୟରେ କେହି କଥାବାର୍ତ୍ତା କରନ୍ତି ନାହିଁ । ଆଜିର ବ୍ୟସ୍ତବହୁଳ ଜୀବନରେ, ମନ ଅନେକ ଚାପର ସମ୍ମୁଖୀନ ହୋଇଥାଏ । ଏପରି ପରିସ୍ଥିତିରେ, ଆପଣଙ୍କର ଅଭ୍ୟାସ ମସ୍ତିଷ୍କକୁ କ୍ଷତି ପହଞ୍ଚାଇ ଥାଏ ।

ନିଦ୍ରା ଅଭାବ : ଭଲ ନିଦ ନହେବା ହେତୁ ଆପଣଙ୍କ ଶରୀର ନିଶ୍ଚିତ ଭାବରେ କ୍ଳାନ୍ତ ଅନୁଭବ କରେ । କିନ୍ତୁ ଏହାଠାରୁ ଅଧିକ, ଏହା ଆପଣଙ୍କ ମନର ଯନ୍ତ୍ରକୌଶଳ ଉପରେ ପ୍ରଭାବ ପକାଇଥାଏ । ବାରମ୍ବାର ନିଦ୍ରା ଅଭାବରୁ ବା ଠିକ୍ କମ୍ ସମୟ ଶୋଇବା କାରଣରୁ ଏହା ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଅଧିକ ଲୁଣ ଖାଇବା : ଅତ୍ୟଧିକ ଲୁଣ ଖାଇବା ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଯେଉଁ କାରଣରୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିଥାଏ । ଷ୍ଟ୍ରୋକ୍ ହେବାର ସମ୍ଭାବନା ଅର୍ଥ ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ିବ । ଏହା ବ୍ୟତୀତ, ଶବ୍ଦ ପ୍ରଦୂଷଣକୁ ଏଡାଇବାକୁ ମଧ୍ୟ ଚେଷ୍ଟା କରିବା ଉଚିତ୍ । କାନରେ ଅତ୍ୟଧିକ ଶବ୍ଦ ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ ।

ଏକୁଟିଆ ରହିବା : ତୁମେ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଉଚିତ୍ ବା ଏପରି ଜଣେ ବ୍ୟକ୍ତିଙ୍କ ପାଖରେ ରହିବା ଉଚିତ୍, ଯାହାପାଖରେ ତୁମେ ତୁମର ସବୁ ସମସ୍ୟା ବାଣ୍ଟି ପାରିବ । ମନରେ ଅନେକ ଜିନିଷ ଚାପି ରଖିବା ଦ୍ୱାରା ଏହାର ଖରାପ ପ୍ରଭାବ ବ୍ରେନ ଉପରେ ପଡ଼ିବ । ଯଦି ତୁମେ କାହାକୁ ତୁମେ ସମସ୍ୟ ବିଷୟରେ କହିଦିଅ । ତେବେ ଚାପକୁ ମୁକ୍ତ ପାଇପାରିବ । ତା’ପରେ ତୁମକୁ ଶାନ୍ତି ଏବଂ ଆରାମ ମିଳିବ ।

Spread the love