ନର୍କ ଆଡ଼କୁ ଯାଉଛି ଆମ ଦେଶ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଇଡେନ୍‌ର ପ୍ରଶାସନ ଆମେରିକାକୁ ଧ୍ୱଂଶ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଓହିୟୋରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି “ଏହା ସତ ଯେ ନିର୍ବାଚନରେ ଜାଲିୟାତୀ ଓ ଚୋରୀ ହୋଇଥିଲା। ଏବେ ଆମ ଦେଶକୁ ବର୍ବାଦ କରାଯାଉଛି। ଆମ ଦେଶ ବର୍ବାଦ ହେଉଛି। ଆମ ଦେଶ ନର୍କକୁ ଯାଉଛି। ପୂର୍ବରୁ ମୁଁ କେବେ ଏମିତି ଦେଖି ନାହିଁ।” ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଯୋଗୁ ବାଇଡେନ୍‌ଙ୍କୁ ଦୋଷାରୋପ କରିଛନ୍ତି ଟ୍ରମ୍ପ। ଋଷ ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରି ଦୁନିଆକୁ ନଷ୍ଟ କରିବା କଥା କହୁଥିବା ବେଳେ ବାଇଡେନ୍ ଏସବୁ କରୁଛନ୍ତି। ଆମେରିକାର ରେକର୍ଡ ମୁଦ୍ରାସ୍ଫିତି ଓ ପେଟ୍ରୋଲର ଦର ବୃଦ୍ଧି ପାଇଁ ବର୍ତ୍ତମାନ ସରକାର ହିଁ ଦାୟୀ ହୋଲି ଟ୍ରମ୍ପ କହିଛନ୍ତି।  

ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରନ୍ତି ଟ୍ରମ୍ପ

କିଛିଦିନ ତଳେ ଟ୍ରମ୍ପ ପୁଣିଥରେ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଥିଲେ। ହେଲେ ଏନେଇ କୌଣସି ଆଧିକରିକ ସ୍ଥରରେ ଘୋଷଣା ହୋଇ ନାହିଁ। ତେବେ ଉତ୍ତର କରୋଲୀନରେ ରାଲିକୁ ସମ୍ବୋଧନ କରି ସେ କହିଥିଲେ “ସତକଥା ହେଲା ମୁଁ ଦୁଇଥର ଦଉଡ଼ିଛି। ମୁଁ ଦୁଇଥର ଜିତିଛି। ହେଲେ ପ୍ରଥମ ଥ ତୁଳନାରେ ଦ୍ୱିତୀୟ ଥର ବହୁତ ଭଲ ପ୍ରଦର୍ଶନ କରିଥିଲି। ଏବେ ଆମକୁ ପୁଣିଥରେ ଏଭଳି କାମ କରିବାର ଅଛି। କଣ ଆପଣମାନେ ମୋତେ ପୁଣିଥରେ ଦୌଡ଼ୁଥିବାର ଦେଖିବାକୁ ଚାହିଁବେ? “

Spread the love