ପାଣିରେ ପାନମହୁରୀ ମିଶାଇ ପିଅନ୍ତୁ ଶୀଘ୍ର କମିବ ଓଜନ

 ଆଜିର ଦୁନିଆରେ ସମସ୍ତେ ସୁନ୍ଦର ଓ ଫିଟ ରହିବାକୁ ଚାହାଁନ୍ତି।ବଦଳୁଥିବା  ଜୀବନଶୈଳୀ ଯୋଗୁଁ ଓଜନ ବଢିବା ସାଧାରଣ କଥା ହୋଇଗଲାଣି । ଏମିତିରେ ଅନେକ ପ୍ରକାରର ଟିପ୍ସ ଆପଣାଇବା ପରେ ଆପଣଙ୍କ ଓଜନ କମ୍ ହେଉନାହିଁ । ତେବେ ଆପଣଙ୍କ ପାଇଁ ଏମିତି ଉପାୟ ରହିଛି ଯାହାଦ୍ବାରା ସହଜରେ ଓଜନ କମ୍ କରାଯାଇପାରିବ । ପାନମଧୁରୀ ପାଣି ପିଇବା ଦ୍ବାରା ଆପଣଙ୍କ ଓଜନ କମ୍ ହୋଇପାରିବ । ଯଦି ଆପଣ ଖାଲି ପେଟରେ ଏହାକୁ ସେବନ କରୁଛନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଫାଇଦା ମିଳିବ । ଆପଣଙ୍କ ପେଟର ଚର୍ବି ମଧ୍ୟ କମ୍ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା—-

ପାନମଧୁରୀରେ ଫାଇବରର ପରିମାଣ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ପ୍ରତିଦିନ ଏହାକୁ ଚୋବାଇବାର ଅଭ୍ୟାସ କରିବେ ତେବେ ଆପଣଙ୍କ ଓଜନ କମ୍ ହୋଇପାରିବ।

ଏହା ବ୍ୟତୀତ ଆପଣ ପାନମଧୁରୀକୁ ଗରମ ପାଣିରେ ପକାଇ ପିଇପାରିବେ। ଏହାଦ୍ବାରା ଶୀଘ୍ର ଆପଣଙ୍କ ଓଜନ କମ୍ ହୋଇପାରିବ। ପ୍ରକୃତରେ ପାନମଧୁରୀକୁ ଖାଇବା ପରେ ଭୋକ କମ୍ ଲାଗିଥାଏ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ପାନମଧୁରୀ ବହୁ ଉପଯୋଗୀ। ପାନମଧୁରୀକୁ ପ୍ରାକୃତିକ ବିଷାକ୍ତ ପଦାର୍ଥ ନିର୍ଗତକାରୀ ବୋଲି କୁହାଯାଏ। ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ଲିଭର ଏବଂ କିଡନୀ କାର୍ଯ୍ୟକୁ ମଧ୍ୟ ହାଲୁକା କରିଥାଏ। ଖାଦ୍ୟ ଖାଇବା ପରେ ମଧ୍ୟ ଆପଣ ପାନମଧୁରୀ ପାଣି ପିଇପାରିବେ।

 ରିପୋର୍ଟରେ କୁହାଯାଇଛି ଯେ, ପାନମଧୁରୀ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରର ଚର୍ବି କମିବାକୁ ଲାଗିଥାଏ। ଶରୀରର ଭିଟାମିନ୍ ଏବଂ ମିନେରାଲ୍ ଅବଶୋଷଣରେ ଉନ୍ନତି କରି ଏହା ଚର୍ବିକୁ ତରଳେଇବା ଆରମ୍ଭ କରିଥାଏ।

ଯଦି ଆପଣ ପେଟ କମାଇବାକୁ ଚାହାଁନ୍ତି ତେବେ ପାନମଧୁରୀ ପାଣି ପିଇବା ଆବଶ୍ୟକ। ପାନମଧୁରୀରେ ଫସଫରସ୍, ସେଲେନିୟମ୍, ଜିଙ୍କ୍, ମାଙ୍ଗାନିଜ୍ ଇତ୍ୟାଦି ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ଶରୀରକୁ ଫ୍ରି ରେଡିକଲ୍ସରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ । ଫ୍ରି ରେଡିକାଲ୍ସ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରିଥାଏ ଏବଂ ଏହି ଅକ୍ସିଡେଟିଭ୍ ଚାପ ଆପଣଙ୍କ ମୋଟାପଣର କାରଣ ହୋଇଥାଏ  ।

Spread the love