ଖରାଦିନେ ପୁଦିନା ଓ ଧନିଆ ପତ୍ରର ଉପଯୋଗ

ପୁଦିନା ଓ ଧନିଆ ପତ୍ରକୁ ମିଶାଇ ଚଟଣି ପ୍ରସ୍ତୁତ କରାଯାଏ।ଏହାଛଡ଼ା ଏହି ଦୁଇଟି ପତ୍ର କୁ ବାଟି ପାଣି ପ୍ରସ୍ତୁତ କରି ଗ୍ରୀଷ୍ମ ଋତୁରେ ସେବନ କରିବା ଦ୍ୱାରା ଶରୀର ଗ୍ରୀଷ୍ମ ଉତ୍ତାପରୁ ଆରାମ ପାଇଥାଏ।

ପ୍ରସ୍ତୁତ ପ୍ରଣାଳୀ – ପୁଦିନା ଓ ଧନିଆ ପତ୍ର କୁ ଦର ଦର ଛେଚି ସେଥିରେ ମାଠିଆ ପାଣି ପୁରାଇ ରଖି  ୭ – ୮ ଘଣ୍ଟା ପରେ ସେହି ପାଣିକୁ ଛାଣି ସେବନ କରନ୍ତୁ।

ଏହାର ଫାଇଦା

୧) ଓଜନ ହ୍ରାସ କରିଥାଏ : ପୁଦିନା ଓ ଧଣିଆ ପତ୍ର ରେ ପ୍ରସ୍ତୁତ ପାଣି କୁ ଦିନକୁ ୩ଥର ଲେମ୍ବୁ ଚିପୁଡ଼ି ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

୨) ପରିସ୍ରା ଜନିତ ସମସ୍ୟା ଠିକ ହୋଇଥାଏ – ପୁଦିନା ଓ ଧଣିଆ ପାଣି ନିୟମିତ ସେବନ କରିବା ଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଠିକ ହୋଇଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ପରିସ୍ରା ପୋଡା କିମ୍ବା ପରିସ୍ରାରେ ଥିବା ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ।

୩) ପେଟ ଜନିତ ସମସ୍ୟା ଦୂର ହୋଇଥାଏ – ପୁଦିନା ଓ ଧନିଆ ଥଣ୍ଡା ଅଟେ, ତେଣୁ ପେଟର ପାଚନ ସମସ୍ୟା, ଏସିଡ଼ିଟି, ଗ୍ୟାସ ସମସ୍ୟା ଠିକ ହୋଇଥାଏ। କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ନିୟମିତ ପିଇବା ଦ୍ୱାରା ଲିଭର ସୁସ୍ଥ ରହି ପାଚନ ପ୍ରକ୍ରିୟା ଠିକ ହୋଇଥାଏ।

୪) ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ – ପୁଦିନା ଓ ଧଣିଆ କୁ ଡ଼ିଟକ୍ସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ପାଣି ରେ ଡିଟକ୍ସିଫାଇଙ୍ଗ ଗୁଣ ରହିଥାଏ। ତେଣୁ ଏହା ଆମର ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରୁ ବର୍ଜ୍ୟ ବସ୍ତୁ ଝାଳ ମାଧ୍ୟମରେ ବାହାରି ଯାଇଥାଏ ଓ ରକ୍ତ ସଫା ରହିଥାଏ।

୫) ତ୍ୱଚା ପାଇଁ ଲାଭ ଦାୟକ – ଗ୍ରୀଷ୍ମ ଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣକୁ ଠିକ କରେ। ଏହି ପାଣି ନିୟମିତ ସେବନ କଲେ ଗରମ ପ୍ରଭାବରେ ହେଉଥିବା ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଠିକ ହୋଇଥାଏ। ତା ସହିତ ତ୍ୱଚା କୁ ଶୀତଳ ରଖିଥାଏ।

Spread the love