ପ୍ରଦର୍ଶନୀରେ ସାମିଲ୍‌ ହେଲା ସୁନାର ମାସ୍କ

ନୂଆଦିଲ୍ଲୀ ୨୯।୪: କରୋନା ମହାମାରୀ ପାଇଁ ମାସ୍କ ପିନ୍ଧିବା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ମହାମାରୀର ପ୍ରକୋପରେ ଲୋକେ ମାସ୍କ ପିନ୍ଧୁଛନ୍ତି। କିଛି ରାଜ୍ୟରେ ମାସ୍କ ନ ପିନ୍ଧିଲେ ଫାଇନ୍‌ ମଧ୍ୟ ପଡୁଛି। ମାସ୍କ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟି ଯାଇଛି। ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳୁଛି। ରଙ୍ଗିନ୍‌ ଏବଂ ସୁନ୍ଦର ଡିଜାଇନ୍‌ର। ଏଥିସହ ଏବେ ସୁନା ମାସ୍କ ମଧ୍ୟ ବିକ୍ରି ହେଉଛି। ପୂର୍ବରୁ କିଛି ଲୋକ ସୁନା ମାସ୍କ ପିନ୍ଧିଥିବା ବେଳେ ଏବେ ପାଟ୍‌ନାର ଏକ ଅଳଙ୍କାର ଏକ୍‌ଜିବିସନ୍‌ରେ ଦେଖିବାକୁ ମିଳିଛି ସୁନା ମାସ୍କ। ଏହି ମାସ୍କ ଲୋକଙ୍କୁ ଖୁବ୍ ଆକର୍ଷିତ କରିଛି। ଏହି ମାସ୍କ ପିନ୍ଧି ଲୋକେ ପାର୍ଟି ଫଙ୍କସନ୍‌ ମଧ୍ୟ ଯାଉଛନ୍ତି।
ଏକ୍‌ଜିବିସନ୍‌ ପାଟ୍‌ନାର ଜ୍ଞାନ ଭବନରେ ଚାଲିଛି। ଏକ୍‌ଜିବିସନ୍‌ରେ ସୁନାର ମାସ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଦର୍ଶନୀରେ ଅନ୍ୟ ଗହଣା ବି ସାମିଲ୍‌ ହୋଇଛି। କିଛି ଗହଣା ସହ ମଡେଲ୍‌ ମାନେ ଏଠାରେ ମାସ୍କ ପିନ୍ଧିବାର ନଜର ଆସିଥିଲେ। ତେବେ ଆଗକୁ ସୁନାର ମାସ୍କର ଚାହିଦା ଢେର୍‌ ବଢ଼ିବ। ତେଣୁ ଏବେଠୁ ସୁନା ମାସ୍କର ପ୍ରଦର୍ଶନ କରାଯାଉଥିବା କହିଛନ୍ତି ଏକ୍‌ଜିବିସନ୍‌ର ଆୟୋଜକ।

Spread the love