ପୁଣି ଓଡିଶାକୁ ପ୍ରାଥମିକତା, କାମ୍ପା ଫଣ୍ଡରୁ ୫,୯୩୩ କୋଟି ଅନୁଦାନ : ବିଜେପି

ରାଜ୍ୟରେ ବନୀକରଣ ପାଇଁ ‘କେନ୍ଦ୍ରସରକାରଙ୍କ କ୍ଷତିପୂରକ ବନୀକରଣ  ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତୃପକ୍ଷ (କାମ୍ପା)’ ଫଣ୍ଡରୁ ଓଡିଶାକୁ ଦେଶର ସବୁଠୁ ଅଧିକ ୫,୫୩୩ କୋଟି ଟଙ୍କା ଅନୁଦାନ ମିଳିଛି । ବନୀକରଣ ପାଇଁ ଦେଶର ୨୭ଟି ରାଜ୍ୟକୁ କେନ୍ଦ୍ରସରକାର ସମୁଦାୟ ୪୭,୪୩୬ କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଦେଶର ବନୀକରଣକୁ ବଢାଇବା ସଂର୍ପକରେ ଆଲୋଚନା କରିବା ସହ ଏହି ଅନୁଦାନ ରାଶି ଘୋଷଣା କରିଛନ୍ତି । କେନ୍ଦ୍ରସରକାରଙ୍କ ଠାରୁ ଓଡିଶାକୁ ସବୁଠୁ ଅଧିକ ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।  ସବୁସମୟରେ ମୋଦି ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଆଜି ପୁଣି ଥରେ ମୋଦି ସରକାର ଓଡିଶାକୁ ପ୍ରାଥମିକତା ଦେଇ କାମ୍ପା ଫଣ୍ଡରୁ ସବୁଠୁ ଅଧିକା ୫,୯୩୩ କୋଟି ଅନୁଦାନ କରିଛନ୍ତି । ବାତ୍ୟା ଫୋନିରେ ହଜାର ହଜାର ଗଛି ଭାଙ୍ଗି ପଡିଛି । ରାଜ୍ୟରେ ପୁନଃବନୀକରଣ ଓ ପର୍ଯ୍ୟାବରଣକୁ ସବୁଜ ସୁନ୍ଦର କରିବା ପାଇଁ ଏହି ଅର୍ଥ ବିଶେଷ ଭାବରେ ସହାୟକ ହେବ । ଏହି ଅନୁଦାନ ଅର୍ଥକୁ ରାଜ୍ୟସରକାର ଠିକ୍ ଭାବେ ବ୍ୟବହାର କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Spread the love