ପୁରୀ ସମୁଦ୍ରରେ ଭାସିଯାଇଥିଲେ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ପ୍ରାୟ ପ୍ରତିଦିନ ଅସାବଧାନତା ହେତୁ ଭାସିଯିବା ଭଳି ଘଟଣା ଘଟୁଛି। ଆଜି ଜଣେ ବଙ୍ଗୀୟ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ଜଣାପଡିଛି। ତେବେ ତାଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି। ସେହି ବଙ୍ଗୀୟ ପର୍ଯ୍ୟଟକ ହେଉଛନ୍ତି କୁଶଳ ମୁଖାର୍ଜୀ ଏବଂ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Spread the love