ବାତ୍ୟାକୁ ନେଇ ଜରୁରୀ ସୂଚନା, ଆନ୍ଧ୍ରର କାକିନାଡ଼ାରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର, ୧୦/୦୫: ବାତ୍ୟା ଅସାନିକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଜରୁରୀ ସୂଚନା ଦେଇଛନ୍ତି । ବର୍ତ୍ତମାନର ସ୍ଥିତି ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ଆନ୍ଧ୍ର କାକିନାଡ଼ା ପାଖାପାଖି ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି । କାକିନାଡା ଏବଂ ବିଶାଖାପାଟଣା ମଝାମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସ୍ଥଳଭାଗରେ ଲ୍ୟାଣ୍ଡଫଲ୍‌ ପରେ ଏହା ପୁଣି ଥରେ ସମୁଦ୍ରକୁ ରିକର୍ଭ କରିବା ଅନୁମାନ କରାଯାଉଛି ।

ସମୁଦ୍ର ଭିତରକୁ ପୁଣିଥରେ ପ୍ରବେଶ କରିବା ଫଳରେ ଏହା ଦୁର୍ବଳ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ । ତେବେ ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସେମିତି ଜଣାପଡ଼ୁନାହିଁ । ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶା ଉପକୂଳରେ ପହଞ୍ଚିବ ନାହିଁ । ସେତେବେଳେକୁ ବାତ୍ୟା ଦୁର୍ବଳ ହୋଇଯାଇଥିବ ବୋଲି ଏସ୍‌ଆର୍‌ସି କହିଛନ୍ତି ।

Spread the love