ବଦଳିଲେ ଦେଶର ନିର୍ବାଚନ କମିଶନର

ନୂଆଦିଲ୍ଲୀ: ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ସୁଶୀଲ ଚନ୍ଦ୍ରା ଥିଲେ। ସେ ମେ ୧୪ ରେ ସୁଶୀଲ ଚନ୍ଦ୍ରା ଅବସର ନେବେ ଏବଂ ୧୫ ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ନେବେ ରାଜୀବ କୁମାର। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ୨୦୨୦ ଡିସେମ୍ବର ୧ ତାରିଖରେ ନିର୍ବାଚନ ଆୟୋଗରେ ନିର୍ବାଚନ ଆୟୋଗ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ନିର୍ବାଚନ ଆୟୋଗରେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ରାଜୀବ କୁମାର ଲୋକ ଉଦ୍ୟମ ଚୟନ ବୋର୍ଡର ଅଧ୍ୟକ୍ଷ ରହିଥିଲେ । ସେ ଏପ୍ରିଲ ୨୦୨୦ରେ ଅଧ୍ୟକ୍ଷ ପିଇଏସବି ଭାବରେ ସାମିଲ ହୋଇଥିଲେ । ଏହାଛଡ଼ା ସେ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଏବଂ ଫେବୃଆରୀ ୨୦୨୦ରେ ଭାରତୀୟ ପ୍ରଶାସନିକ ସେବାରୁ ସେବାନିବୃତ ରହିଥିଲେ ।

Spread the love