ବିବାହରେ ବାଧା ଉପୁଜୁଥିଲେ ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ ବିଭିନ୍ନ ଉପାୟକୁ ବିଶେଷ ମହତ୍ୱ ଦିଆଯାଇ ଥାଏ। ତେଣୁ ବୈଦିକ ଶାସ୍ତ୍ର ଅନୁସାରେ ମଧ୍ୟ ବିବାହ ପାଇଁ ଏଭଳି କିଛି ଉପାୟ କୁହାଯାଇଛି ଯାହାଦ୍ୱାରା ବିବାହ ପାଇଁ ଶୁଭ ହୋଇଥାଏ। ଯଦି ଆପଣ ବିବାହ ସମ୍ବନ୍ଧୀୟ ଅସୁବିଧା ର ସାମ୍ନା କରୁଛନ୍ତି ତେବେ ରବିବାର ରେ କିଛିଟା ଉପାୟ କରନ୍ତୁ, ଯାହା ଆପଣଙ୍କ ବିବାହ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ।

 ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବିବାହ ସମ୍ବନ୍ଧୀୟ ସମସ୍ୟା ପାଇଁ ରବିବାର ଦିନଟି ଖୁବ ଶୁଭ ଅଟେ। କାରଣ ଏହିଦିନ ସୂର୍ଯ୍ୟଦେବ ଙ୍କ କୃପା ସହିତ ବିଷ୍ନୁ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ। ଯଦି ବିବାହରେ ବିଳମ୍ବ ହେଉଛି ତେବେ ଏହିଦିନ ବରଗଛକୁ ପୂଜା କରି ସେଥିରେ ନାଲି କପଡା ଟିଏ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କ ଅସୁବିଧା ଦୂର କରିବ।

 ରବିବାର ଦିନ ସୂର୍ଯ୍ୟପୂଜା ପରେ ଗୋଟିଏ ତମ୍ବା କଳସୀ ରେ ଜଳ ନେଇ କଦଳୀ ଗଛରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହେବ।

ଯଦି ବିବାହ ଯୋଗ ହୋଇ ଭାଙ୍ଗି ଯାଉଛି ତେବେ ଗଣେଶଙ୍କ ସ୍ତୁତି କରନ୍ତୁ। ଏହାଦ୍ୱାରା ସମସ୍ତ ବିଘ୍ନ ଦୂର ହେବା ସହିତ ବିବାହ କାର୍ଯ୍ୟ ରେ ଉପୁଜୁଥିବା ବିଘ୍ନ ଦୂର ହେବ।

 ଅଧିକାଂଶ ସମୟରେ କୌଣସି ଅସୁବିଧା ନଥାଇ ମଧ୍ୟ ବିବାହରେ ବିଳମ୍ବ ଘଟି ଥାଏ। ଯଦି ଏଭଳି ସମସ୍ୟା ଦେଖା ଦେଉଛି ତେବେ ବିଷ୍ନୁ ଙ୍କ ନିକଟରେ ବ୍ରତ କରି ନିଜର ମନୋସ୍କାମନା ପୂର୍ଣ୍ଣ କରନ୍ତୁ।

ଯେଉଁଦିନ ଆପଣ ବିଷ୍ନୁ ଙ୍କ ନିକଟରେ ଆରାଧନା କରିବେ ସେହିଦିନ ହଳଦିଆ ବସ୍ତ୍ର ଧାରଣ କରିବେ ଯାହାଦ୍ୱାରା ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଶୁଭ ସୂଚନା ମିଳିବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ କାର୍ଯ୍ୟରେ ବାଧା ଉପୁଜୁ ଥିଲେ ଅଁଳା ବୃକ୍ଷ ନିକଟରେ ଦୁଗ୍ଧ ଓ ଧଳା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ ଓ ବିବାହ ଶୀଘ୍ର ହୋଇଥାଏ।

Spread the love