ତେଲକୋଇ ରେଞ୍ଜରେ ହାତୀ ଆତଙ୍କ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ବିଟରେ ହାତୀ ଆତଙ୍କ । ସ୍ଥାନୀୟ ଗଳଦା ଗାଁରେ ୧୦ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି।ହାତୀପଲ ଗତ ବୁଧବାର ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଇଛନ୍ତି । ସେମାନେ ଦୁଇଟି ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ହାତୀପଲ ଗାଁ ମୁହାଁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଗଜରାଜଙ୍କ ଆତଙ୍କକୁ ନେଇ ସେମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Spread the love