ପହିଲି ରଜ, ଘରେ ଘରେ ଲାଗିଛି ପିଠାପଣାର ଆସର

ଭୁବନେଶ୍ୱର ୧୪/୦୬: ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।

ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ପଡିଛି କରୋନା ଛାଟ । କରୋନାର କଟକଣା କୋହଳ ପରେ ଦୁଇ ବର୍ଷ ପରେ ଲୋକେ ଏଥର ରଜ ଉତ୍ସବକୁ ଧୂମଧାମରେ ପାଳିବେ । ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବର ମାହୋଲ । ପିଠା ପଣାରେ ମହକୁଛି ପ୍ରତି ଘର ।

Spread the love