ପାଖରେ ଟଙ୍କା ନାହିଁ, ଫୋନ ପେ କରନ୍ତୁ : ପିଅନ୍ତୁ ଥଣ୍ଡା ପାଣି

ପୁରୀ ୧୮।୦୬ : ପାଖରେ ଟଙ୍କା ନାହିଁ, ଫୋନ ପେ କରନ୍ତୁ। ଶୋଷ ମେଣ୍ଟାଇବା ପାଇଁ ପାଣି ବୋତଲ କିଣନ୍ତୁ। ଏକ ଲିଟର‌ ଥଣ୍ଡା ପାଣି ବୋତଲ ନିଅନ୍ତୁ ମାତ୍ର ୨୦ ଟଙ୍କାରେ।‌ ଗଞ୍ଜାମ ସରାବଡି ଅଞ୍ଚଳର ଶିବରାମ ସାହୁ ପୁରୀ ଶ୍ରୀମନ୍ଦିର ପାଖରେ ନିଜ ବେକରେ ଅନଲାଇନ ସ୍କାନର ପକାଇବା ସହ ହାତରେ ପାଣି ବୋତଲ ଧରି ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମଧ୍ୟ ଅନଲାଇନ ମାଧ୍ୟମରେ ଟଙ୍କା ଦେଇ ପାଣି ବୋତଲ କିଣୁଛନ୍ତି। ଅନଲାଇନ ମାଧ୍ୟମରେ ଟଙ୍କା ଦେଇ ପାଣି ବୋତଲ କିଣିବା ପାଇଁ ଭକ୍ତମାନଙ୍କୁ ବେଶ୍ ସୁବିଧା ହେଉଥିବା କହିଛନ୍ତି ଶିବରାମ।

Spread the love