ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ, ଅଗଷ୍ଟ ୩୧ ମଧ୍ୟରେ ପ୍ରସ୍ତୁତ ହେବ ଡ୍ରାଫ୍ଟ୍

ନୂଆଦିଲ୍ଲୀ, ୧୮/୦୬: ଚଳିତବର୍ଷ ଶେଷ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ପ୍ରକାଶ କରିଛନ୍ତି । ମହାରାଜା ଗୁଲାବ ସିଂହଙ୍କର ରାଜ୍ୟାଭିଷେକର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଂହ କହିଛନ୍ତି, ନିକଟରେ ଜମ୍ମୁ-କାଶ୍ମୀରରେ ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ବିଧାନସଭାରେ ଜମ୍ମୁର ୪୩ଟି ଆସନ ଓ କାଶ୍ମୀରର ୪୭ଟି ଆସନ ରହିବ । ନିର୍ବାଚନ ଆୟୋଗ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମତଦାତା ତାଲିକାରେ ସଂଶୋଧନ ଆରମ୍ଭ କରିଛନ୍ତି । ଅଗଷ୍ଟ ୩୧ ତାରିଖ ମଧ୍ୟରେ ଡ୍ରାଫ୍ଟ ପ୍ରସ୍ତୁତ ହେବ । ତା’ର ଦୁଇଦିନ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ତାରିଖକୁ ନେଇ ସୂଚନା ସାମ୍ନାକୁ ଆସିପାରେ ।

Spread the love