କୃଷି ଆଇନ ଭଳି ପ୍ରଧାନମନ୍ତ୍ରୀଙ୍କୁ ‘ମାଫିବୀର’ ହୋଇ ପ୍ରତ୍ୟାହାର କରିବାକୁ ହେବ ‘ଅଗ୍ନିପଥ’ ସ୍କିମ”: ରାହୁଲ ଗାନ୍ଧି

ନୂଆଦିଲ୍ଲୀ ୧୮।୬: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଏଥିରେ ଦେଶରେ ‘ଅଗ୍ନିପଥ’ସ୍କିମ ପ୍ରବର୍ତ୍ତିତ ହୋଇଛି। ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ। ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ ସେନାରୁ ଅବସର ଦେଇ ଦିଆଯିବ। ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ଯୁବକଙ୍କ ସମର୍ଥନରେ ବାହାରିଛନ୍ତି। ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସ୍କିମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏ ବାବଦେ ରାହୁଲ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ଗତ ୮ ବର୍ଷ ହେଲା କେନ୍ଦ୍ରର ବିଜେପି ସରକାର ‘ଜୟଜବାନ ଓ ଜୟକିଷାନ’ ମୂଲ୍ୟର ଅପମାନ କରିଚାଲିଛନ୍ତି । ମୁଁ ପ୍ରଥମରୁ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ହେବ।  ଏଥର ବି କହୁଛି ‘ମାଫିବିର’ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଯୁବକଙ୍କ କଥା ମାନିବାକୁ ପଡିବ ଓ ‘ଅଗ୍ନିପଥ’କୁ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ରାହୁଲ ଆଉ ଏକ ଟ୍ୱିଟ୍‌ କରିଥିଲେ ଏଥିରେ ଅଗ୍ନିପଥକୁ ଯୁବକ ଅଗ୍ରାହ୍ୟ କଲେ, କୃଷି ଆଇନକୁ ଚାଷୀ ଅସ୍ୱୀକାର କଲେ, ନୋଟ ବନ୍ଦୀକୁ ଅର୍ଥଶାସ୍ତ୍ରୀ ଅଗ୍ରାହ୍ୟ କଲେ , ଜିଏସଟିକୁ ବ୍ୟବସାୟୀ। ଦେଶରେ ଜନତା କଣ ଚାହାନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତିନି। କାରଣ  ତାଙ୍କୁ ତାଙ୍କ ମିତରୋଁଙ୍କ ବିନା ଆଉ କାହାର କଥା ଶୁଣାଯାଏନି। ସେପଟେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯୁବକମାନଙ୍କ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେନା ନିଯୁକ୍ତି ଲାଗି ପ୍ରସ୍ତୁତି କରୁଥିବା ଗ୍ରାମୀଣ ଯୁବକଙ୍କ ବ୍ୟଥା ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି। ୩ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ହେଲାନି, ଦୌଡି ଦୌଡି ପିଲାଙ୍କ ଗୋଡ ଫୋଟକା ହେଲା। ଏୟାରଫୋର୍ସରେ ନିଯୁକ୍ତି ପରୀକ୍ଷାର ଫଳାଫଳକୁ ଯୁବକମାନେ ଅପେକ୍ଷା କରିଛନ୍ତି। ଏଥିରେ ସରକାର ସେମାନଙ୍କ ସ୍ଥାୟୀ ନିଯୁକ୍ତି, ରାଙ୍କ, ପେନସନ, ଅଟକିଥିବା ନିଯୁକ୍ତି ଆଦି ଛଡେଇ ନେଇଛନ୍ତି। ଏ ନେଇ ପ୍ରିୟଙ୍କା ୨୯ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ପ୍ରତି ଧ୍ୟାନ ଦେଇ ତୁରନ୍ତ ସମାଧାନର ବାଟ ବାହାର କରନ୍ତୁ ବୋଲି ନିବେଦନ କରିଥିଲି। ତେବେ ସରକାର ଯୁବକଙ୍କ ଦାବି ପ୍ରତି ଆଦୌ ଦୃଷ୍ଟି ଦେଇ ନାହାନ୍ତି।

Spread the love