ଆଧାରକୁ ଭୋଟର ସୂଚୀ ସହ ସଂଯୁକ୍ତ କରିବା ଲାଗି ଅଧିସୂଚନା ଜାରୀ

ନୂଆଦିଲ୍ଲୀ ୧୮।୬: ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ଜରୁରୀ କରାଯାଇଥିଲା। ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ଜରୁରୀ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ରହିବ ଓ ନକଲି ଆଇଡି କାର୍ଡ ଆପେ ଆପେ ରଦ୍ଦ ହୋଇଯିବ। ଏ ନେଇ ସରକାର ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି। ଆଇ ମନ୍ତ୍ରୀ କିରେନ ରିଜ୍ଜୁ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଆଇନମନ୍ତ୍ରୀ କିରେନ ରିଜ୍ଜୁ ଏ ନେଇ ତାଙ୍କ ଟ୍ୱିଟରରେ ଏକ ଚାର୍ଟ ସେୟାର କରିଛନ୍ତି। ଯେଉଁଥିରେ ମତଦାତା ସୂଚୀ ଡାଟାକୁ ଆଧାର ସହ ସଂଯୁକ୍ତ କରାଗଲେ ଜଣେ ବ୍ୟକ୍ତି ଦ୍ୱାରା ବିଭିନ୍ନ ସ୍ଥାନରେ ମତଦାତା ପତ୍ରର ଉପଯୋଗ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ସୁଧାରରେ ମୋଦି ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିବା ଆଇମନ୍ତ୍ରୀ କହିଛନ୍ତି। ଏବେ ଆଧାର ଓ  ପାନ  ସଂଯୁକ୍ତ ନ କରିଥିଲେ ଆଗକୁ ଜରିମନା ଦେବାକୁ ହେବ। ୩୦ ଜୁନ ପରେ ଯଦି ପାନ ଆଧାର ସଂଯୁକ୍ତ ହୋଇ ନଥାଏ ତେବେ ଦୋହରା ଜରିମନା ଦେବାକୁ ହେବ ବୋଲି କୁହାଯାଇଛି। ୧ ଏପ୍ରିଲରୁ ଆଧାର ଓ ପାନ ସଂଯୁକ୍ତ କରିବା ପାଇଁ ୫୦୦ ଟଙ୍କା ଜରିମନା ଦେବାକୁ ପଡୁଛି। ଯଦି ଜୁନ ୩୦ ତାରିଖ ସୁଦ୍ଧା ଆପଣଙ୍କ ପାନ ଆଧାର ସଂଯୁକ୍ତ ହୋଇ ନାହିଁ ତେବେ ୧ ହଜାର ଟଙ୍କା ଜରିମନା ପୈଠ କରିବାକୁ ହେବ।

Spread the love