ଅଗ୍ନିପଥ ବିରୋଧରେ ମିଛ ଖବର ପ୍ରସାରଣ ଅଭିଯୋଗ : ବ୍ୟାନ୍‌ ହେଲା ୩୫ ହ୍ୱାଟସ୍‌ଆପ୍‌ ଗୃପ୍‌, ୧୦ ଗିରଫ

ନୂଆଦିଲ୍ଲୀ ୧୯/୦୬ : କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନା ବିରୋଧରେ ସାରାଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ଯୋଜନା ବିରୋଧରେ ହିଂସା ସୃଷ୍ଟି କରି ବିଭିନ୍ନ ପ୍ରକାର ମିଛ ଖବର ପ୍ରସାରଣ କରାଯାଉଛି। ଅଗ୍ନିପଥ ଯୋଜନା ଓ ଅଗ୍ନିବୀରଙ୍କ ଉପରେ ମିଛ ଖବର ପ୍ରସାରଣ କରିବା ଅଭିଯୋଗରେ ୩୫ଟି ହ୍ୱାଟସ୍‌ଆପ୍‌ ଗୃପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ରବିବାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି। ମିଛ ଖବର ପ୍ରସାରଣ କରିବା ବିରୋଧ ପ୍ରଦର୍ଶନ କରିବା ଅଭିଯୋଗରେ ଅତିକମ୍‌ରେ ୧୦ ଜଣଙ୍କୁ ଗିରଫ କରାଯାଇଛି।

ଗୃହ ମନ୍ତ୍ରଣାଳୟ କହିଛି କେନ୍ଦ୍ର ହ୍ୱାଟସଆପ୍‌ ଫେକ୍ଟ ଚେକିଙ୍ଗ ପାଇଁ ୮୭୯୯୭୧୧୨୫୯ ନମ୍ୱର ମଧ୍ୟ ଜାରି କରିଛି। ବିହାର ଭଳି ରାଜ୍ୟରେ ଭିଡ଼ କରି ପ୍ରଦର୍ଶନ କରିବା ପାଇଁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ବିଶେଷ କରି ହ୍ୱାଟସ୍ଆପ୍ର ବ୍ୟବହାର ହୋଇଥିବା ଖବର ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଟ୍ରେନ୍ ବଗିଗୁଡ଼ିକରେ ନିଆଁ ଲଗାଇ ଦିଆ ଯାଇଥିଲା।

Spread the love