ଆକାଶରୁ ଖସିଲା ଚଡକ, ୧୭ ମୃତ

ନୂଆଦିଲ୍ଲୀ :  ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବିହାରରେ । ତେବେ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।ସୂଚନାନୁସାରେ, ବିହାରରେ ଗତ ୪ ଦିନ ଧରି ପ୍ରବଳ ବର୍ଷା ହେଉଛି । ଏହାସହ ବଜ୍ରପାତ ବି ଭୟ ବଢାଉଛି ।ଗତକାଲି ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଛି।ବଜ୍ରପାତରେ ଭାଗଲପୁରରେ ୬, ବୈଶାଳୀରେ ୩, ଖଗାଡିଆରେ ୨, ବାଙ୍କାରେ ୨, କଟିହାରରେ ଜଣେ, ସହରସାରେ ଜଣେ, ମନ୍ଧେପୁରାରେ ଜଣେ ଓ ମୁଙ୍ଗେରରେ ଜଣେ ପ୍ରାଣ ହରାଇଛନ୍ତି । ପାଣିପାଗ ବିଭାଗର କହିବାନୁସାରେ, ଜୁନ ୧୩ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିହାର ଛୁଇଁଥିଲା । ଆଗକୁ ବର୍ଷା ବଢିବା ସହ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

Spread the love