STF ପଞ୍ଝାରେ ଗଞ୍ଜେଇ ବେପାରୀ

ଭୁବନେଶ୍ବର ୨୦ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରୀ । ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରି ରଣମୁନା ଦୋରା ନାମକ ଯୁବକକୁ ଗିରଫ କରିଛି ଏସଟିଏଫ । ରଣମୁନା ଦୋରା ହେଉଛନ୍ତି ଗଞ୍ଜାମ ଧରମପୁରର । ହାଇଓ୍ବା ଗାଡିର ସ୍ବତନ୍ତ୍ର ଚ୍ୟାମ୍ବର କରି ବେପାର ଚଳାଇଥିଲେ ଗଞ୍ଜେଇ ବେପାରୀ । ତେବେ ହାଇଓ୍ବା ଗାଡିରେ ଚୋରା ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ଏହାପରେ ଏସଟିଏଫ ଟିମ୍ ଚଢାଉ କରି ଗାଡିଟିକୁ ଧରିଥିଲା । ଗାଡିରୁ ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି ।

Spread the love