ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦରେ ନୂଆ ମୋଡ଼

କଟକ  :  ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ନୂଆ ମୋଡ଼ ନେଇଛି। ଏଣିକି ଅନୁଭବଙ୍କ ଘରେ ରହିବେ ବର୍ଷା ।ଏସ୍‌ଡିଜେମ୍‌ କୋର୍ଟ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଘରଭଡ଼ା ବାବଦରେ ଅନୁଭବଙ୍କୁ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲା । ଏବେ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍‌ ଅନ୍ତରୀଣ ରୋକ୍‌ ଲଗାଇଛନ୍ତି।ଜୁଲାଇ ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

Spread the love