କେଶ ଓଦା ଥିଲେ କରନ୍ତୁନି ଏପରି ଭୁଲ୍‌

ସବୁ ମହିଳାଙ୍କ ଇଚ୍ଛା ଥାଏ ତାଙ୍କ କେଶ ଭଲ, ଲମ୍ବା ଏବଂ ସୁନ୍ଦର ହେଉ। କେଶର ଦେଖାଶୁଣା କରିବା ଏତେ ସହଜ ନୁହେଁ। କାହିଁକି ନା ଛୋଟମୋଟ ଭୁଲ୍‌ କାରଣରୁ କେଶ ଖରାପ୍‌ ହେବା ସହ କେଶ ଝଡ଼ବାର ଆଶଙ୍କା ରହିଛି। ହେୟାର ଏକ୍ସପର୍ଟଙ୍କ ମତରେ ଯଦି ଆପଣ କେଶକୁ ଭଲ ରଖିବାକୁ ଚାହାନ୍ତି ତେବେ ଓଦା କେଶରେ ଏମିତି ଭୁଲ୍‌ କରନ୍ତୁ ନାହିଁ।

ଓଦା କେଶରେ ମୁଣ୍ଡ କୁଣ୍ଡାଇବା : ଅଧିକାଂଶ ମହିଳା ଭାବିଥାନ୍ତି ଓଦା କେଶରେ ମୁଣ୍ଡ କୁଣ୍ଡାଇଲେ କେଶର ଜଟା ଛାଡ଼ିଥାଏ। କିନ୍ତୁ ପ୍ରକୃତରେ କେଶ ଓଦା ଥିବା ସମୟରେ ଦୁର୍ବଳ ଥାଏ ଆଉ ଏହାକୁ କୁଣ୍ଡାଇଲେ ତାହା ସହଜରେ ଝଡ଼ିଯାଏ।

ଓଦାକେଶକୁ କେବେ ବାନ୍ଧିବେନି :ଓଦା କେଶ ଥିବା ସମୟରେ କେବେବି ବାନ୍ଧନ୍ତୁ ନାହିଁ। ଏହାଦ୍ୱାରା କେଶ ଦୁର୍ବଳ ହୋଇଯାଏ। ଏହା ଧୀରେ ଧୀରେ ଝଡ଼େ । ଓଦା କେଶରେ କେବେ ବି ବେଣୀ ପକାନ୍ତୁ ନାହିଁ।

ବ୍ଲୋ ଡ୍ରାଏ କରନ୍ତୁ ନାହିଁ :ଏମିତି କେତେକ ଅଛନ୍ତି ଯେଉଁମାନେ କେଶକୁ ଜଲ୍‌ଦି ଶୁଖାଇବା ଲାଗି ବ୍ଲୋ ଡ୍ରାୟର ବ୍ୟବହାର କରିଥାନ୍ତି। ସବୁବେଳେ ଧ୍ୟାନ ରଖିବେ ଯେ ତୁରନ୍ତ ବାଥ୍‌ରୁମ୍‌ରୁ ବାହାରି ବ୍ଲୋ ଡ୍ରାୟରରେ କେଶକୁ ଶୁଖାନ୍ତୁ ନାହିଁ। ଧ୍ୟାନରଖନ୍ତୁ ଡ୍ରାୟର ଯେପରି ମିଡିୟମରେ ରଖି ବ୍ୟବହାର କରିବେ ଏବଂ ଏହାକୁ ଧୀରେ ଧୀରେ ହାଇରେ ରଖନ୍ତୁ।

ଭୁଲ୍‌ରେ ବି ଓଦା କେଶ ସମୟରେ ଶୋଇବେ ନାହିଁ :ଓଦା କେଶରେ କେବେ ବି ଶୋଇବେ ନାହିଁ। କାହିଁକି ନା ଏହାଦ୍ୱାରା ସ୍କାଲ୍ପର ଫୋଲିସେଲର କ୍ଷତି ହୋଇଥାଏ। ଯଦି ବି ଆପଣ ରାତିରେ କେଶକୁ ଧୋଇଥାନ୍ତି ତାକୁ ଶୁଖାଇବା ପରେ ହିଁ ଶୁଅନ୍ତୁ।

Spread the love