କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ : ଦେଶରେ ବିକ୍ରି ହେଉଥିବା ବିଭିନ୍ନ ମାର୍କା ଖାଇବା ତେଲ ଦର ହ୍ରାସପାଇଛି। ଚଳିତ ମାସ ପ୍ରାରମ୍ଭରୁ କେବଳ ଚିନାବାଦାମ ତେଲକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ତେଲ ଦର ହ୍ରାସପାଇଛି। ସମ୍ପ୍ରତି ଏହା କିଲୋ ପିଛା ୧୫୦ରୁ ୧୯୦ ଟଙ୍କା ମଧ୍ୟରେ ରହିଥିବା ଜଣାଯାଇଛି। ଖୁଚୁରା ବଜାରରେ ମଧ୍ୟ ଖାଇବା ତେଲ ହ୍ରାସ ପାଇଛି ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଗତ ସପ୍ତାହରେ ଖାଇବା ତେଲ ବ୍ୟବସାୟକାରୀ କମ୍ପାନୀ ଆଦାନି ୱିଲମର ଏବଂ ମଦର ଡାଏରୀ ବିଭିନ୍ନ ଖାଇବା ତେଲ ଦର ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରିଥିଲେ। ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ନୂତନ ସର୍ବାଧିକ ଖୁଚୁରା ମୂଲ୍ୟ ଲେଖାଥିବା ତେଲ ପ୍ୟାକେଟ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ। ସରକାରଙ୍କର ସମୟ ଭିତ୍ତିକ ହସ୍ତକ୍ଷେପ ଦ୍ୱାରା ଖାଇବା ତେଲ ହ୍ରାସ ପାଇଥିବା ଶ୍ରୀ ପାଣ୍ଡେ କହିଛନ୍ତି।

Spread the love