ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ; ଏଫ୍‍ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ

ଭୁବନେଶ୍ୱର: ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍‍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି। ପ୍ରଥମଥର ଲାଗି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ ଶ୍ରୀ ସାମନ୍ତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୨୨ଟି ଦେଶର ଭଲିବଲ୍‍ ସଂଘ ସଭାପତି ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ଅବସରରେ ସାମନ୍ତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲକୁ ଲୋକପ୍ରିୟ କରାଇବା ସହ ଏହାର ବିକାଶ ଓ ପ୍ରସାର ନେଇ ଆରି ଗ୍ରାକା ଓ ଫାବିଓଙ୍କ ସହ ଆଲୋଚନା କରିଥିଲେ । ଭାରତରେ ଭିଲବଲ୍‍ର ବିକାଶ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆର ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଏହି ବୈଠକରେ ଯୋଗ ଦେଇଥିôବା ଭଲିବଲ ସଂଘର ସଭାପତିଙ୍କ ସହ ମଧ୍ୟ ଶ୍ରୀ ସାମନ୍ତ ସାକ୍ଷାତ ଆଲୋଚନା କରିଥିଲେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ସାମନ୍ତ ଏହି ବୈଠକରେ ଗୋଟିଏ ଦିନ ଯୋଗ ଦେବେ ବୋଲି ଜଣାପଡ଼ିଛି । ଶ୍ରୀ ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍‍ ସଂଘର ସହ-ସମ୍ପାଦକ ତଥା ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ମଧ୍ୟ ମାନିଲା ଗସ୍ତରେ ଅଛନ୍ତି ।

Spread the love