ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, କମେଣ୍ଟ ମରାକୁ ନେଇ ବୁଲିଲା ଖଣ୍ଡା

ଭୁବନେଶ୍ୱର: ରାଜଧାନୀ ବାଣୀବିହାର କ୍ୟାମ୍ପସ ପୁଣି ଅଶାନ୍ତ ହୋଇଉଠିଛି । କମେଣ୍ଟ ମରାକୁ ନେଇ ବାଣୀବିହାର କ୍ୟାମ୍ପସରେ ଖଣ୍ଡା-ଭୂଜାଲି ବୁଲିଛି । ଦୁର୍ବୃତଙ୍କ ଆକ୍ରମଣରେ କିଛି ଛାତ୍ର ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣାରେ ଛାତ୍ରଛାତ୍ରୀ।

ସନ୍ଧ୍ୟାରେ କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ହାତରେ ଖଣ୍ଡା ଓ ଭୂଜାଲି ଧରି କ୍ୟାମ୍ପସରେ ପଶିଥିଲେ । ଛାତ୍ରମାନେ ଖଟି କରୁଥିବା ସ୍ଥାନରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ । ଏପରିକି କିଛି ଛାତ୍ରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ଛାତ୍ରମାନେ ଛତ୍ରଭଙ୍ଗ ଦେବା ପରେ ସେମାନେ ଗାଡିମୋଟର ଭଙ୍ଗାରୁଜା କରି ଫେରାର ହୋଇଯାଇଥିଲେ । ଏନେଇ ଛାତ୍ରମାନେ ଥାନାରେ ଏତଲା ଦେବା ସହ  ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅଭିଯୁକ୍ତ ଗିରଫ ଦାବିରେ ଧାରଣ ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣକାରୀଙ୍କ ମଧ୍ୟରେ ଭିଏସଏସ ନଗର ଅଂଚଳର କିଛି ଯୁବକ ସାମିଲ ଥିବା ଜଣାପଡିଛି ।

Spread the love