ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ସମ୍ୱଲପୁର ସମଲେଶ୍ଵରୀ ମନ୍ଦିର ପରିସରରେ ସ୍ବଚ୍ଛ ଭାରତ ଅଭିଯାନରେ ଯୋଗଦେଇଥିଲେ ।
ଏହି ଅବସରେ ପ୍ରଥମେ ସେ ସମ୍ବଲପୁର ମାଁ ସମ୍ବଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରରେ ସଫେଇ କରିଥିଲେ । ଏହା ସହ ମନ୍ଦିର ସମ୍ମୁଖରେ ଥିବା ଭିକ୍ଷୁକମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏଥିରେ ବରଗଡ ସାଂସଦ ସୂରେଶ ପୁଝାରୀ, ରେଙ୍ଗାଳି ବିଧାୟକ ନାଉରି ନାଏକ ଓ ସମ୍ବଲପୁର ଭାରତୀୟ ଜନତା ପାଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।