ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ, ୨୫/୦୬: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେବା ପାଇଁ ଶ୍ରୀନଅର ଅଭିମୁଖେ ଦଇତା ଓ ପତିମହାପାତ୍ର ସେବାୟତ ଯାଇଛନ୍ତି । ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, କରାଳ, ପାଟଡୋରକୁ ରୂପା ଥାଳିରେ ଆସିଥିବା ପ୍ରସାଦ ଗଜପତିଙ୍କୁ ଅର୍ପଣ କରାଯାଇଛି।

Spread the love