ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆଜି କଟକର ବାଙ୍କୀ ଡମପଡା ବ୍ଲକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘର ୪ଟି ସ୍ଥାନରେଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୪ ଜଣ ଡିଏସପି, ୧୦ ଜଣ ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି। କେନ୍ଦ୍ରାପଡା ସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡା କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Spread the love