ଗଛରେ ପିଟିହେଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍

କେନ୍ଦୁଝର  : କେନ୍ଦୁଝରର ନୁନ୍ଦୁରପଡା ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ପିଟିହେଲା ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ । ଏହି ଦୁର୍ଘଟଣାରେ ଦୁଇଟି ଗୋରୁ ଗୁରୁତର ହୋଇଥିବା ବେଳେ ଆଉ କିଛି ଗୋରୁ ଆହତ ହୋଇଛନ୍ତି । ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି । ପିକ୍‌ଅପ୍‌ ଭ୍ୟାନ୍‌ଟିରେ ବେଆଇନ୍‌ ଭାବେ ଗୋରୁଚାଲାଣ ହେଉଥିବା ଜଣାଯାଇଛି ।ଆଜି ଭୋର ସମୟରେ ନରଣପୁର ଡ଼ୁବୁରୀ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଏହି ପିକ୍ଅପ୍ ଭ୍ୟାନରେ ୧୦ରୁ ଅଧିକ ଗୋରୁ ବୋଝେଇ ହୋଇ ଚୋରା ଚାଲାଣ ହେଉଥିଲା । ଏହା ଯିବାବାଟରେ ନୁନ୍ଦୁରପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା । ଆହତ ଗୋରୁଙ୍କୁ ଉଦ୍ଧାର ସହ ଚିକିତ୍ସା ଉଦ୍ୟମ ଜାରି ରହିଛି ।

Spread the love