ଶ୍ରାବଣ ମାସରେ ନିଶ୍ଚୟ ଲଗାନ୍ତୁ ଏସବୁ ଗଛ

ଆଗକୁ ଆସୁଛି ଶ୍ରାବଣ ମାସ। ଆଷାଢ଼ ପୂର୍ଣ୍ଣିମା ପରେ ଶ୍ରାବଣ ମାସ ପଡ଼ିଥାଏ। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍‌ ପବିତ୍ର ବୋଲି ବିବେଚନା କରାଯାଏ। ଚଳିତ ବର୍ଷ ଏହି ପବିତ୍ର ମାସର ଆରମ୍ଭ ଜୁଲାଇ ୧୪ ଅର୍ଥାତ୍‌ ଗୁରୁବାର ଠାରୁ ହେଉଛି। ଶ୍ରାବଣ ମାସକୁ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ।

ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଦେବ ଦେବ ମହାଦେବଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତ ଜୀବନରୁ ସବୁ କଷ୍ଟ ଦୂର କରିଥାନ୍ତି। ମାନ୍ୟତା ଅନୁସାରେ, ଶ୍ରାବଣ ମାସରେ ଶିବଙ୍କ କୃପା ପାଇବା ପାଇଁ ଘରେ କେତେକ ଗଛ ଲଗାଯାଏ, ଫଳରେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇ ଥାନ୍ତି। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇଲେ ମହାଦେବଙ୍କ କୃପା ମିଳିଥାଏ…

ଦୁଦୁରା : ଶାସ୍ତ୍ରାନୁସାରେ, ଦୁଦୁରା ଫୁଲ ଭଗବାନ ଶିବଙ୍କର ଖୁବ୍‌ ପ୍ରିୟ ହୋଇଥାଏ। କୁହାଯାଏ ଯେ ଏହି ଗଛରେ ମହାଦେବ ବାସ କରନ୍ତି। ଏଣୁ ଯଦି ଶ୍ରାବଣ ମାସରେ ଦୁଦୁରା ଫୁଲ ଗଛ ଲଗାନ୍ତି ତେବେ ଶିବ ପ୍ରସନ୍ନ ହୋଇଥାନ୍ତି। ଏହା ଦ୍ୱାରା ଭଗବାନଙ୍କ କୃପା ଚିରକାଳ ପାଇଁ ରହିଥାଏ।

ବେଲ : ବେଲ ପତ୍ର ବିନା ମହାଦେବଙ୍କ ପୂଜା ଅଧୁରା। ଏହା ଶିବଙ୍କର ଅତି ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି। ବେଲ ବୃକ୍ଷରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ବେଲ ଗଛ ଲଗାଇଥାଏ ଓ ଏହାକୁ ପୂଜା କରିଥାଏ, ତା’ ଉପରେ ମହାଦେବଙ୍କ ସହ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ରହିଥାଏ।

ଚମ୍ପା : ବାସ୍ତୁ ଶାସ୍ତ୍ର ଅନୁସାରେ, କଦଳୀ, ଚମ୍ପା ଓ କେତକୀ ଫୁଲ ଗଛ ଲଗାଇବା ବେଶ୍‌ ଲାଭକାରୀ ହୋଇଥାଏ। ଏହି ଗଛକୁ ଯଦି ଘରେ ଲଗାଯାଏ, ତେବେ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ। ଏଥିସହ ଶିବଙ୍କ କୃପା ମଧ୍ୟ ସବୁ ଦିନ ରହିବ।

କଦଳୀ : ଶ୍ରାବଣ ମାସରେ କଦଳୀ ଗଛ ଲଗାଇବା ମଧ୍ୟ ଶୁଭ ହୋଇଥାଏ। କଦଳୀ ଗଛ ଲଗାଇଲେ ମହାଦେବ ଖୁସି ହୋଇଥାନ୍ତି।

Spread the love