ବାର ଅନୁସାରେ କରନ୍ତୁ ନାହିଁ ଏହି ସବୁ ଖାଦ୍ୟର ସେବନ

ବାର, ତିଥି, ଗ୍ରହ ଓ ନକ୍ଷତ୍ର ଏହି ସବୁ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଗ୍ରହକୁ ଅନୁକୂଳ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁ ଉପାୟ ଦିଆଯାଇଛି । ମାନ୍ୟତା ରହିଛି ଯେ ସପ୍ତାହର ୭ ଦିନ କୌଣସି ନା କୌଣସି ଗ୍ରହ ସହ ସମ୍ପର୍କ ରହିଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଜିନିଷ ଯାହାକୁ ସପ୍ତାହର ୭ ଦିନ ମଧ୍ୟରୁ କୌଣସି ବି ଦିନରେ ଖାଇବାକୁ ବାରଣ ରହିଛି । ନଚେତ ଉକ୍ତ ଗ୍ରହ ଦୁର୍ବଳ ହୋଇ ଯାଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ବାର ଅନୁସାରେ କେଉଁ ଜିନିଷ ସେବନ କରିବା ଅଶୁଭ ହୋଇଥାଏ ।

କେଉଁ ବାରରେ କ’ଣ ଖାଇବା ଉଚିତ ନୁହେଁ

ସୋମବାର: ସୋମବାରର ସମ୍ପର୍କ ଚନ୍ଦ୍ର ଗ୍ରହଙ୍କ ସହ ରହିଛି । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଚିନି ଖାଇବାକୁ ବାରଣ କରାଯାଇଛି ।

ମଙ୍ଗଳବାର: କୁଣ୍ଡଳୀରେ ମଙ୍ଗଳ ଗ୍ରହ ସାହସ, ପରାକ୍ରମ ଓ ଲିଡର ଭାବର କାରକ ମନାଯାଇଥାଏ । ତେଣୁ ମଙ୍ଗଳ ଗ୍ରହ ସ୍ଥିତି ମଜବୁତ ରଖିବା ପାଇଁ ମଙ୍ଗଳବାର ଘିଅ ସେବନ ଶୁଭ ହୋଇ ନଥାଏ ।

ବୁଧବାର: ବୁଧ ଗ୍ରହ ଜାତକର ବୁଦ୍ଧି,ବାଣୀ ଓ ଚାତୁର୍ଯ୍ୟର କାରକ ମନାଯାଇଥାଏ । ତେଣୁ ବୁଧ ଗ୍ରହଙ୍କୁ ପ୍ରବଳ ବନାଇ ରଖିବା ପାଇଁ ବୁଧବାର ଦିନ ସବୁଜ ପରିବା ଖାଆନ୍ତୁ ନାହିଁ । ଏହି ଦିନ ସବୁଜ ପରିବା ଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ବଢ଼ିଥାଏ ।

ଗୁରୁବାର: ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ବୃହସ୍ପତି ଦେବଙ୍କୁ ସମର୍ପିତ । ଏହି ଦିନ କଦଳୀ ଦାନ କରିବା ଶୁଭ ହୋଇଥାଏ । ହେଲେ ନିଜେ କଦଳୀ ଓ ଦୁଧ ସେବନ କରିବା ଉଚିତ୍‌ ନୁହେଁ ।

ଶୁକ୍ରବାର: ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ତେଣୁ ଭଲ ସ୍ୱାସ୍ଥ୍ୟ ଓ ଶୁକ୍ର ଗ୍ରହଙ୍କୁ ମଜବୁତ କରିବା ପାଇଁ ଏହି ଦିନ ଖଟା ଜିନିଷ ଖାଇବା ଉଚିତ ନୁହେଁ ।

ଶନିବାର: ଶନିବାର ଦିନ ଶନି ଗ୍ରହଙ୍କ ଦୁର୍ଦ୍ଦଶାରୁ ରକ୍ଷା ପାଇବା ପାଇଁ ତେଲ ଦାନ କରିବା ଶୁଭ ମନାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ତେଲରେ ତିଆରି ଖାଦ୍ୟ ଖାଇବା କଥା ନୁହେଁ ।

ରବିବାର: ସୂର୍ଯ୍ୟ ଗ୍ରହଙ୍କୁ ବ୍ୟକ୍ତିର କୁଣ୍ଡଳୀରେ ସ୍ୱାସ୍ଥ୍ୟ, ଯଶ, ମାନ ସମ୍ମାନ କାରକ ମନାଯାଇଥାଏ । ତେଣୁ ସୂର୍ଯ୍ୟ ଗ୍ରହଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରବିବାର ଲୁଣ ଖାଆନ୍ତୁ ନାହିଁ ।

Spread the love