ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ସହ ଡ୍ରାଇଭର ଥାନାରେ ଅଟକ

ସୁବର୍ଣ୍ଣପୁର, ୧୨/୦୭: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ପଖରେ ହୋଇଥିବା କାର ଓ ଅଟୋ ଦୁର୍ଘଟଣାରେ ତିନି ଜଣ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଘଟାଥିବା ଡ୍ରାଇଭାରକୁ ଗରିଫ କରିବା ସହ ପୋଲିସ ଏସ.ଆଇଙ୍କୁ ତରଭା ପୋଲିଲ ଅଟକ ରଖିଛି । ସୋନପୁର ଜିଲ୍ଲା ପୋଲିସ ବଲାଙ୍ଗିରର ହାତିଶାଲପଡାରୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଡ୍ରାଇଭାର ଅଜୟ ଜଟୀକୁ ଉଠାଇ ଆଣି ତରଭା ଥାନାରେ ଅଟକ ରଖିଛି ।

ସୂଚନା ଥାଉକି ସୋନପୁର ଖାରି ଛକରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲା । ଦୁର୍ଘଟଣା ପରେ ଉଭୟେ ଫେରାର ମାରିଥିଲେ । ପରେ ସୋନପୁର ଜିଲ୍ଲା  ପୋଲିସ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପୋଲିସ ଉଭୟଙ୍କୁ ବଲାଙ୍ଗିର ହାତିସାଲ ପଡାରୁ ଉଠାଇ ଆଣି ତରଭା ଥାନାରେ ଅଟକ ରଖିଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Spread the love