ସମବାୟ ନିର୍ବାଚନକୁ ନେଇ ଉତ୍ତେଜନା; ଅଫିସରେ ଅଟକ ରହିଲେ ଅଧିକାରୀ

ନୀଳଗିରି ୧୨/୦୭: ବାଲେଶ୍ଵର ଜିଲ୍ଲା ନୀଳଗିରି ସମବାୟ ସମିତିର ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସହକାରୀ ନିବନ୍ଧକ ଓ ଡିଆରସିଏସ ସହିତ ଅନ୍ୟ ଅଧିକାରୀଙ୍କୁ ଅଫିସ ଭିତରେ ଅଟକ ରଖାଯାଇଛି। ଜଣେ ପ୍ରାର୍ଥୀଙ୍କୁ ଜାଣିଶୁଣି ହରାଇବା ଅଭିଯୋଗ ହେବା ପରେ ତଦନ୍ତରେ ଶିଥିଳତା ପାଇଁ ଏଭଳି ଆନ୍ଦୋଳନ କରାଯାଇଛି। ସୂଚନଯୋଗ୍ୟ ନିଜଗଡ଼ ସୋସାଇଟିରେ ଗତ ୨୬ ତାରିଖରେ ହୋଇଥିବା ନିର୍ବାଚନରେ ୪ ନମ୍ବର ଜୋନର ପ୍ରାର୍ଥୀ ସରୋଜ ମିଶ୍ରଙ୍କୁ ଜାଣିଶୁଣି ଗୋଟିଏ ଭୋଟ ନାକଚ କରାହୋଇଥିବା ଅଭିଯୋଗ ହୋଇଛି। ଫଳରେ ତାଙ୍କ ପ୍ରତିପକ୍ଷ ପାର୍ଥୀ ହରେକୃଷ୍ଣ ପଣ୍ଡିତ ସହିତ ତାଙ୍କର ସମାନ ସମାନ ଭୋଟ ପାଇଥିଲେ।ପରେ ଧର୍ମଗୋଳା ହେବାରୁ ହରେକୃଷ୍ଣ ଜିତିଯାଇଥିଲେ। ଏହାପରେ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ।

ପରେ ସରୋଜ ଡିଆରସିଏସଙ୍କୁ ଅଭିଯୋଗ କରିବା ପରେ ନ୍ୟାୟ ପାଇ ନଥିଲେ। ରାଜ୍ୟ ସମବାୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଥିଲେ। କମିଶନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୧୦ ଦିନ ବିତିଯାଇଥିବା ବେଳେ ଆସନ୍ତାକାଲି ନିର୍ବାଚନ ଥିବାରୁ ୧୫ ତାରିଖ ତଦନ୍ତ ହେବାର କଣ ରହସ୍ୟ ରହିଛି ଏନେଇ ଆଙ୍ଗୁଳି ଉଠିଛି।  ଏହା ପ୍ରତିବାଦରେ ଆଜି ପ୍ରାର୍ଥୀ ସରୋଜ ମିଶ୍ର ତାଙ୍କ ସମର୍ଥକଙ୍କ ସହ ଅଧିକାରୀମାନଙ୍କୁ ଅଫିସରେ ଅଟକ ରଖିଥିଲେ। ଏଥିରେ ବିଜେଡି ନେତା ସନ୍ତୋଷ ଖଟୁଆ, ୧୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଦିଗମ୍ବର ସ ଙ୍କ ସହିତ ବହୁ ସମର୍ଥକ ସାମିଲ ଥିଲେ। ଭିତରେ ଏଆରସିଏସ ଉର୍ମିଳା ଦାସ, ଡିଆରସିଏସ ସୀତାପତି କରୁଣାକର ମାଝୀ, ପିଇଓ ତଥା ନିର୍ବାଚନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ ଅଫିସ ଭିତରେ ରହି ହଟହଟା ହୋଇଥିଲେ। ଘଟଣା ସ୍ଥଳରେ ପୋଲିସ ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପହଞ୍ଚି ବୁଝାସୁଝା କରିଥିଲେ।

ଆନ୍ଦୋଳନକାରୀ ଜାଣିଶୁଣି ଜଣେ ପ୍ରାର୍ଥୀଙ୍କୁ ହରାଇବା, ତଦନ୍ତରେ ଶିଥିଳତା କରି ନିର୍ବାଚନ କରାଇବା ଅଭିଯୋଗ ଉଠାଇ ଏଭଳି ଅନ୍ୟାୟ କଦାପି ବରଦାସ୍ତ କରାଯିବନି ବୋଲି କହିଥିଲେ। ତଦନ୍ତ ସରିବା ପର୍ଯ୍ୟନ୍ତ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଥିବା ବେଳେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ଅସମ୍ଭବ ବୋଲି ଉପଜିଲ୍ଲାପାଳ କହିଥିଲେ। ପରେ ଡିଆରସିଏସ ତଦନ୍ତ ପ୍ରିକ୍ରିୟା ଚାଲିଛି ନିର୍ବାଚନ ବନ୍ଦ ହୋଇପାରିବନି ଓ ଅଭିଯୋଗ ପତ୍ରରେ ଲିଖିତ ଭାବେ ଜଣାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ଅଧିକାରୀ ମାନେ ଅଫିସରୁ ବାହାରକୁ ଆସିଥିଲେ।

Spread the love