ଫଟୋ ଭୁଲ୍ ଦିଗରୁ ନିଆଯାଇଛି, କୌଣସି ପରିବର୍ତ୍ତନ ହୋଇନାହିଁ; ପ୍ରତୀକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ମୂର୍ତ୍ତିକାର

ନୂଆଦିଲ୍ଲୀ: ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଜାତୀୟ ପ୍ରତୀକରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ କହିବା କଥା ସରକାର ଅଶୋକ ସ୍ତମ୍ଭରେ ବିରାଜମାନ ସିଂହକୁ ଉଗ୍ର ଭାବେ ଚିତ୍ରଣ କରି ଜାତୀୟ ପ୍ରତୀକରେ ପରିବର୍ତ୍ତନ କରିଛନ୍ତି। ଏହାକୁ ନେଇ ନୂତନ ବିବାଦ ଦେଖା ଦେଇଛି। ହେଲେ ନୂତନ ସଂସଦ ଭବନର ଛାତ ଉପରେ ସ୍ଥାପିତ ଜାତୀୟ ପ୍ରତୀକକୁ ନିର୍ମାଣ କରିଥିବା ମୂର୍ତ୍ତିକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଔରଙ୍ଗାବାଦର ମୂର୍ତ୍ତିକାର ସୁନୀଲ ଦେବରେ ମଙ୍ଗଳବାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତୀକରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜାତୀୟ ପ୍ରତୀକର ଅନାବରଣ କରିଥିଲେ।

ଅଶୋକ ସ୍ତମ୍ଭ ସୁଦ୍ଧ କାଂସ୍ୟରେ ନିର୍ମିତ ହୋଇଛି। ଏହାର ଓଜନ ୯୫୦୦ କିଲୋଗ୍ରାମ। ଉଚ୍ଚତା ୬.୫ ମିଟର। ଏହି ପ୍ରତୀକ ସମ୍ରାଟ ଅଶୋକଙ୍କ ସାରନାଥ ରାଜଧାନୀରେ ଅବସ୍ଥିତ ପ୍ରତୀକର ନକଲ। ଟାଇମ୍ସ ନାଓ ସହ ଆଲୋଚନା ବେଳେ ଦେବରେ କହିଛନ୍ତି ପ୍ରକୃତ ଜାତୀୟ ପ୍ରତୀକର ଉଚ୍ଚତା ହେଉଛି ୭ ଫୁଟ୍। କିନ୍ତୁ ନୂତନ ପ୍ରତୀକର ଉଚ୍ଚତା ୭ ମିଟର ଅର୍ଥାତ ପାଖାପାଖି ୨୧ ଫୁଟ୍ ରହିଛି। ଭାଇରାଲ୍ ହେଉଥିବା ଫଟୋକୁ ସାମ୍ନାର ଉଠାନଯାଇ ପ୍ରତୀକର ପାଦ ଦେଶରୁ ଉତ୍ତୋଳନ କରାଯାଇଛି। ଯେବେ ଆପଣ ସେହି ଦିଗରୁ ଦେଖିବେ ତେବେ ଆପଣଙ୍କୁ ପ୍ରତୀକରେ ପରିବର୍ତ୍ତନ କରାଯାଇଥିବା ନଜର ଆସିବ। ମୁଁ ସଠିକ୍ ଢଙ୍ଗରେ ଅଧ୍ୟୟନ କରିବା ପରେ ହିଁ ପ୍ରତୀକ ନିର୍ମାଣ କରିଛି। ମୋତେ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ଵାରା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ନିର୍ମାଣ  କରିବାର କାମ ଦିଆ ଯାଇଥିଲା। ମୋତେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନଥିଲା।

ଏହା ପୂର୍ବରୁ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଟୁଇଟ୍ କରିଛନ୍ତି, ନରେନ୍ଦ୍ର ମୋଦୀ ଜୀ, କୃପା କରି ଜାତୀୟ ପ୍ରତୀକର ଚେହେରା ଦେଖନ୍ତୁ। ଏହା ମହାନ ସାରନାଥଙ୍କ ପ୍ରତୀକକୁ ପରିଲଖିତ କରୁଛି ନା ଗିରର ସିଂହର ବିଗିଡିଥିବା ସ୍ଵରୂପକୁ ଦର୍ଶାଉଛି। ବିରୋଧୀ ମୋଦୀଙ୍କ ଉପରେ ସମ୍ବିଧାନର ନିୟମ ଭାଙ୍ଗିବା ଏବଂ ସମାରୋହରେ ବିରୋଧୀ ନେତାଙ୍କୁ ଆମନ୍ତ୍ରିତ ନକରିବା ନେଇ ଟାର୍ଗେଟ୍ କରିଛନ୍ତି।

Spread the love