ମାଲଦ୍ୱୀପ ଛାଡି ସିଙ୍ଗାପୁର ଗଲେ ଗୋଟବାୟା, କଲମ୍ବୋ ରାସ୍ତାରେ ବୁଲୁଛୁ ଟ୍ୟାଙ୍କ

କଲମ୍ବୋ ୧୪।୦୭: ଶ୍ରୀଲଙ୍ଗାରେ ସ୍ଥିତି ସଙ୍ଗୀନ । ଆର୍ଥିକ ସଙ୍କଟ ସହ ଏବେ ରାଜନୈତିକ ଅସ୍ଥିରିତା ଲାଗିରହିଛି । ଏସବୁ ମଧ୍ୟରେ  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଏବେ ମାଲଦ୍ୱୀପ ଛାଡି ସିଙ୍ଗାପୁର  ଯାଉଛନ୍ତି । ସାଉଦି ଏୟାରଲାଇନ୍ସର ଏକ ବିମାନରେ ଗସ୍ତ କରୁଛନ୍ତି । ସେଠାରୁ ସେ ସାଉଦି ଆରବ ଯିବ ବୋଲି ଶ୍ରୀଲଙ୍କା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଶ୍ରୀଲଙ୍କାରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ଦେଶ ଛାଡି ମାଲଦ୍ୱୀପ ଚାଲିଯାଇଥିଲେ । ହେଲେ ସେଠାରେ ମାଲଦ୍ୱୀପ ସରକାର ଗୋଟବାୟାଙ୍କୁ ଶରଣ ଦେବାକୁ ମନା କରିଥିଲା । ଯାହାଫଳରେ ଗୋଟବାୟା ଏବେ ମାଲଦ୍ୱୀପରୁ ସିଙ୍ଗାପୁର ଅଭିମୁଖେ ବାହାରିଛନ୍ତି । ଏକ ଘରୋଇ ବିମାନ ଯୋଗେ ସିଙ୍ଗାପୁର ଯାଉଛନ୍ତି । ସେଠାରୁ ସେ ସାଉଦି ଆରବ ଯିବେ ବୋଲି ସୂଚନା ମିଳିଛି ।

ସେପଟେ ଶ୍ରୀଲଙ୍କାରେ ଅସ୍ଥିରତା ଲାଗିରହିଛି । ବୁଧବାର ବିଳମ୍ବିତ ରାତିରେ ବାଚସ୍ପତିଙ୍କ ଘରେ ବିକ୍ଷୋଭକାରୀମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହାକୁ ଦେଖି ସେନା ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏପିରିକି ପ୍ରଶାସନ ପକ୍ଷରୁ ଏମରଜେନ୍ସ ଘୋଷଣା କରାଯାଇଛି । ପୁରା ଦେଶରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

Spread the love