ଅଲ୍ଟ ନ୍ୟୁଜ୍ ସହ-ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ-ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ମିଳିଲା ଜାମିନ। ହିନ୍ଦୁ ଦେବାଦେବୀଙ୍କ ବିଷୟରେ ୨୦୧୮ରେ କରିଥିବା ଏକ ବିବାଦୀୟ ଟ୍ୱିଟ୍‌ ମାମଲାରେ ଶୁକ୍ରବାର ଦିଲ୍ଲୀ କୋର୍ଟ ଜୁବେରଙ୍କୁ ଯାମିନ ପ୍ରଦାନ କରିଛନ୍ତି। ଜାମିନ ପରେ ସେ ଜେଲ୍‌ରେ ରହିବେ।

ସୂଚନା ଥାଉକି ଅଲ୍ଟ ନ୍ୟୁଜ୍‌ ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ତାଙ୍କର ବିବାଦୀୟ ଟ୍ୱିଟ୍ ପାଇଁ ଗିରଫ କରାଯାଇଛି। ସେ ୨୦୧୮ରେ ଏକ ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟ୍‌କୁ ନେଇ ଜଣେ ୟୁଜର ବିରୋଧ କରିବା ପରେ ଜୁନ ୨୭ ତାରିଖରେ ତାଙ୍କୁ  ଗିରଫ କରିଥିଲା ଦିଲ୍ଲୀ ପୁଲିସ୍। ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି। ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ୭ଟି ମାମାଲ ହୋଇଛି। ସେଥିମଧ୍ୟରୁ ଉତ୍ତର ପ୍ରଦେଶର ୬ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲା ଦିଲ୍ଲୀରେ ରୁୁଜୁ ହୋଇଛି।

ଜୁବେରଙ୍କ ବିରୋଧରେ ହୋଇଥିବା ୭ ମାମଲା ମଧ୍ୟରୁ ୪ଟା- ଦିଲ୍ଲୀ, ସୀତାପୁର, ହାଥରସ ଓ ଲଖିମପୁର ଖେରି ମାମଲାରେ ସେ ଜେଲ୍‌ରେ ଅଛନ୍ତି। ଏହି ୪ ମାମଲା ମଧ୍ୟରୁ ସେ କେବଳ ସୀତାପୁର ଓ ଦିଲ୍ଲୀ ମାମଲାରେ ବେଲ୍ ପାଇଛନ୍ତି। ତେବେ ଅନ୍ୟ ଦୁଇଟି ଲଖିମପୁର ଖେରି ଓ ହାଥରସ ମାମଲାରେ ତାଙ୍କୁ ବେଲ୍‌ ପାଇବା ବାକି ଅଛି।      ତେବେ ଗତକାଲି ମହମ୍ମଦ ଜୁବେରଙ୍କ ଏହି ମାମଲାଗୁଡ଼ିକ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ନାଁରେ ଉତ୍ତର ପ୍ରଦେଶର ମୁଜଫାରନଗର, ଗାଜିଆବାଦ, ସୀତାପୁର,ଲକ୍ଷୀମପୁର ଏବଂ ହାଥରସରେ ୬ଟି ମାମଲା ରୁଜୁ ହୋଇଛି। ଜୁବେର ତାଙ୍କ ଆବେଦନରେ ମାମଲା ଖାରଜ କରିବାକୁ ଅନୁରୋଧ କରିବା ତାଙ୍କ ବିରୋଧରେ ହୋଇଥିବା ମାମଲାର ଯାଞ୍ଚ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ଟିମକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି। ପ୍ରୀତ ଇନ୍ଦର ସିଂହଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇଛି। ତାଙ୍କ ବିରୋଧରେ ଦିଲ୍ଲୀରେ ହୋଇଥିବା ମାମଲାକୁ ଖାରଜ କରିବା ସହ ତାଙ୍କୁ ସମସ୍ତ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଜୁବେର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଜୁବେର। 

Spread the love