ମଙ୍କିପକ୍ସ ଟୀକାକରଣ ପାଇଁ ନ୍ୟୁୟର୍କରେ ଲୋକଙ୍କର ଲାଗିଲା ଲମ୍ୱା ଧାଡ଼ି

ନ୍ୟୁୟର୍କ ୧୮/୦୭: ରବିବାର (ଜୁଲାଇ ୧୭) ନ୍ୟୁୟର୍କର ନାଗରିକମାନେ ଏକ ଲମ୍ୱା ଧାଡ଼ିରେ ମଙ୍କିପକ୍ସ ବିରୋଧି ଟୀକାକରଣ ପାଇଁ ଛିଡ଼ା ହୋଇଥିଲେ। ଆମେରିକାର ଏହି ସହର ଏବେ ମଙ୍କିପସକ୍ସର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ନ୍ୟୁୟର୍କରେ ମଙ୍କି ପକ୍ସ ଟୀକାର ଅଭାବ ରହିଛି। ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କୁ ଟୀକୀକରଣ ପାଇଁ ସୁଯୋଗ ମିଳିଥିବାରୁ ସେମାନେ ନିଜକୁ ଭାଗ୍ୟବାନ ଭାବୁଛନ୍ତି ବୋଲି ଖବର ସରବରାହ ସଂସ୍ଥା ଏଏଫପିକୁ କହିଛନ୍ତି। ଟୀକାକରଣ ପାଇଁ ବିଭାଗୀୟ ୱେବସାଇଟରେ ଶୁକ୍ରବାର ୯ହଜାର ୨୦୦ଟି ସ୍ଲଟ ଉପଲବ୍ଧ ହୋଇଥିଲା। ମାତ୍ର ୭ ମିନିଟ୍‌ ଭିତରେ ଏହି ସ୍ଲଟ୍‌ ବୁକିଙ୍ଗ ସରିଯାଇଥିଲା।   

‘’ଏହା ବହୁତ ବିରକ୍ତିକର ଥିଲା କାରଣ କୋଭିଡ ସହିତ ଟୀକାକରଣକୁ ନେଇ ଅଧିକ ଗଠନଗତ ପ୍ରକ୍ରିୟା ଓ ରଣନୀତି ଆସିବ ବୋଲି ଆମେ ଭାବିଥିଲୁ। କିନ୍ତୁ ପ୍ରକୃତରେ ଏପରି କିଛି ନଥିଲା’’। ବୋଲି ଖବର ସରବରାହ ସଂସ୍ଥା ଏଏଫପିକୁ ଆଇଡାନ ବାଗଲିଭୋ (୨୩) କହିଛନ୍ତି।

୮ ଲକ୍ଷରୁ ଅଧିକ ଲୋକଥିବା ନ୍ୟୁୟର୍କରେ ଗତ ସପ୍ତାହ ମଙ୍କିପସକ୍ସ ସଂକ୍ରମଣ ବଢ଼ିଥିବା ଦେଖାଯାଇଛି। ଶୁକ୍ରବାର(ଜୁଲାଇ ୧୫)ଦିନ ସେଠାରେ ନୂଆ ସଂକ୍ରମଣ ୪୬୧ ରେ ପହଞ୍ଚିଛି। ଗତ ସପ୍ତାହ ସୋମବାର ଦିନ ସେଠାରେ ୨୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ରୋବୋଟ ନାମକ ଜଣେ ବ୍ୟକ୍ତି ଏକ ସ୍ଲଟ୍‌ ପାଇବା ପାଇଁ ବିଭାଗୀୟ ୱେବସାଇଟକୁ ବରମ୍ୱାର ରିଫ୍ରେସ୍‌ କରିଥିଲେ ବୋଲି ଖବର ସରବରାହ ସଂସ୍ଥା ଏଏଫପିକୁ କହିଛନ୍ତି। ମଙ୍କିପକ୍ସରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ମଙ୍କିପକ୍ସ ବ୍ୟାପିଥାଏ। କିନ୍ତୁ ଜେନୋସ ଟୀକା ଏବେ ପୁରୁଷମାନଙ୍କ ସହିତ ପୁରୁଷମାନେ ଯୌନ ସମ୍ପର୍କ ରଖିଥିବା ଲୋକମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଏହି ସମଲିଙ୍ଗି ଯୌନ ସମ୍ପର୍କ ରଖୁଥିବା ପୁରୁଷମାନେ ଅଧିକ ସଂଖ୍ୟାରେ ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି।

Spread the love