ଡାଲଚିନି ଚା’ର ଉପକାରିତା
ଚା’ତ ସମସ୍ତେ ପିଅନ୍ତି କିନ୍ତୁ ଆପଣମାନେ ଜାଣିଛନ୍ତି କି ଡାଲଚିିନି ଚା’ ଆମ ଶରୀର ପାଇଁ କେତେ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ଏବଂ ପ୍ରସ୍ତୁତି ପ୍ରଣାଳୀ : –
ଡାଲଚିିନି ଚା’ ପିଇବା ଦ୍ୱାରା ଥଣ୍ଡା,କାଶ ଆଦିରୁ ଶରୀରକୁ ରକ୍ଷା କରିଥାଏ।ପାଟି ଦୁର୍ଗନ୍ଧ ଦୂର କରିଥାଏ।
ଡାଲଚିିନି ଚା’ ପିଇବା ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ।
ଡାଲଚିନି ଚା’ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଖୁବ କମ ଥାଏ। ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ କରିଥାଏ।
ଶରୀରର ଯେକୌଣସି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ,ଡାଲଚିନି ଚା’ ନିଶ୍ଚୟ ପିଅନ୍ତୁ। ଏହା ସମସ୍ତ ପ୍ରକାର ଯନ୍ତ୍ରଣା ଦୂର କରିଥାଏ।
ସ୍ମରଣଶକ୍ତି ବୃଦ୍ଧି କରିବାରେ ଡାଲଚିନି ଚା’ ବେଶ ସହାୟକ ହୋଇଥାଏ।
ବଦହଜମି ସମୟରେ ଡାଲଚିନି ଚା’ ପିଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ପେଟ ଯନ୍ତ୍ରଣା ଦୂର ହୋଇଥାଏ।
ଡାଲଚିିନି ଚା’ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଡାଲଚିନିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚାର ଚମକ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ଏଥିରେ ଛୋଟ ଖଣ୍ଡ ଅଦା ଓ ଡାଲଚିନି ପକାଇ ୧୦ ମିନିଟ୍ ଫୁଟାନ୍ତୁ। ଏବେ ଏହାକୁ ଏକ କପରେ ଛାଣି ସାମାନ୍ୟ ମହୁ ମିଶାଇ ପିଅନ୍ତୁ।