କେନ୍ଦ୍ରରୁ ଟିକା ଆସିଛି, ଗୁରୁବାର ରାତିରେ ସବୁ ଜିଲ୍ଲାକୁ ପଠାଯିବ-ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର ୨୧।୦୭ : ରାଜ୍ୟରେ ଏବେ ତିନି ପ୍ରକାର ଟିକା କରଣ ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଜିଲାରେ କୋଭିସିଲଡ଼ ମାତ୍ର ୬୦ ହଜାର ଟିକା ଥିଲା । ବୁଧବାର ରାତିରେ କେନ୍ଦ୍ରରୁ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଞ୍ଚିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି। ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି । ଆଜି ରାତି ସୁଧା ସବୁ ଜିଲ୍ଲାକୁ ଟିକା ପଠାଯିବ । ଯାହାଫଳରେ ଶୁକ୍ରବାରଠୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ ।

ସେହିପରି କର୍ବିଭାକ୍ସ ଟିକା ଯାହାକି ୧୨ ରୁ ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ବାକି ଦ୍ୱିତୀୟ ଡୋଜ ଟିକା କରଣ ମଧ୍ୟ ଚାଲିଛି । ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକା ଦାନ ଚାଲିଛି। ଯେହେତୁ ଆଜି ଟିକା ନାହିଁ ତେଣୁ କମ୍ ଟିକା କରଣ କେନ୍ଦ୍ର ଖୋଲା ଯାଇଛି।  ଆସନ୍ତାକାଲି ଠାରୁ ୨୫୦୦ ରୁ ୩୦୦୦ କେନ୍ଦ୍ରରେ ଟିକା ଦିଆଯିବ।

Spread the love