ରାଜ୍ୟର ୯ ସହରରେ ଅସହ୍ୟ ତାତି

ଭୁବନେଶ୍ୱର   :  ମୌସୁମୀ ଦୁର୍ବଳ ହେଲେ ମଧ୍ୟ ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଅନେକ ଜିଲ୍ଲାରେ ଦିନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ରହିଛି। ଅନ୍ୟପଟେ, ରାଜ୍ୟର ୯ ସହରରେ ଦିନ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ ରହିଛି। ତେବେ ଦିନ ତାପମାତ୍ରାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ସର୍ବାଧିକ ୩୫.୫ ଡ଼ିଗ୍ରୀ ରେକର୍ଡ କରିଛି। ସେହିପରି ଭୁବନେଶ୍ୱର ଏବଂ ଚାନ୍ଦବାଲି ରେ ୩୫.୩ ଡ଼ିଗ୍ରୀ, କଟକ, ହୀରାକୁଦ, ସୋନପୁରରେ ୩୫.୨ ଡ଼ିଗ୍ରୀ ଏବଂ ପୁରୀ , ନୟାଗଡ ଏବଂ ଭଦ୍ରକରେ ୩୫ ଡ଼ିଗ୍ରୀ ରେକର୍ଡ ହୋଇଛି।ଅବଶ୍ୟ ଗତକାଲି ଭୁବନେଶ୍ୱରରେ ବର୍ଷା ହୋଇଥିଲା କିନ୍ତୁ ଆଜି ପ୍ରବଳ ତାତି ଅନୁଭୂତ ହେଉଛି।

Spread the love