ତ୍ରିରଙ୍ଗାର ରୂପକାର’ ପିଙ୍ଗଲି ଭେଙ୍କୟା ଜୟନ୍ତୀ

ନୂଆଦିଲ୍ଲୀ  :  ଦେଶ ସ୍ବାଧୀନରେ ଉଡ଼ିଥିବା ତ୍ରିରଙ୍ଗା ପତାକାକୁ ଯିଏ ତିଆରି କରିଥିଲେ ସେ ଜଣେ ମହାନ୍ ଭାରତୀୟ ସଂଗ୍ରାମୀ।ତାଙ୍କ ନାମ ହେଉଛି ପିଙ୍ଗଲି ଭେଙ୍କୟା। ମହାତ୍ମା ଗାନ୍ଧୀଙ୍କର ସେ ପ୍ରଧାନ ଅନୁଗାମୀ ଥିଲେ।  ଆନ୍ଧ୍ରପ୍ରଦେଶ ଭାଟଲାପେନୁମାରୁସ୍ଥିତ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ପିଙ୍ଗଲି ୧୮୭୬ ଅଗଷ୍ଟ ୨ରେ ଜନ୍ମଗ୍ରହଣ କରିଥିଲେ। କୃଷି ବିଜ୍ଞାନୀ ପିଙ୍ଗଲି ଦକ୍ଷିଣ ଆଫ୍ରିକା ଯାଇଥିବା ସମୟରେ ଗାନ୍ଧିଜୀଙ୍କ ସଂସ୍ପର୍ଶରେ ଆସିଲେ ଏବଂ ବାପୁଜୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ସେ ଭାରତ ଚାଲିଆସିଲେ। ନିଜ ଦେଶରେ ରହି ଚାଷବାସ କରିବାରେ ଲାଗିଲେ, ପରବର୍ତ୍ତୀ ସମୟରେ ଭାରତ ପତାକାକୁ ରୂପ ଦେବାରେ ପିଙ୍ଗଲି ମନଧ୍ୟାନ ଦେଲେ। ୧୯୨୧ ଏପ୍ରିଲ୍‌୧ରେ ମହାତ୍ମା ଗାନ୍ଧୀଙ୍କ ବିଜୟୱାଡା ଗସ୍ତ ଅବସରରେ ପିଙ୍ଗଲି ତ୍ରିରଙ୍ଗା ପତାକା ତିଆରି ବାପୁଜୀଙ୍କୁ ସମର୍ପି ଦେଲେ। ସ୍ବାଧୀନତା ପରେ ପିଙ୍ଗଲିଙ୍କ ତିଆରି ତ୍ରିରଙ୍ଗା ସମଗ୍ର ଭାରତବର୍ଷରେ ଉଡ଼ୁଛି। ଶେଷ ଜୀବନ ତାଙ୍କର ଅଭାବ ଅନଟନରେ କଟିଥିଲା। ୧୯୬୩ ଜୁଲାଇ ୪ରେ ସେ ଆଖି ବୁଜିଲେ। ୨୦୦୯ରେ ଭାରତ ସରକାର ତ୍ରିରଙ୍ଗାର ରୂପକାର ପିଙ୍ଗଲିଙ୍କ ସମ୍ମାନାର୍ଥେ ଡାକଟିକଟ୍ ପ୍ରଚଳନ କରାଇଛନ୍ତି।

Spread the love