୪ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର ୦୪।୦୮: ତୁଟିଲା ବିବାଦ, ଖୋଲିଲା ମାର୍କେଟ ବିଲ୍ଡିଂ । ଦୀର୍ଘ ଚାରିଦିନ ପରେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ବିବାଦକୁ ନେଇ ସମାଧାନର ବାଟ କାଢିଛି ବିଏମ୍‌ସି । ଏତେ ଦିନ ପରେ ମାର୍କେଟ ବିଲ୍ଡିଂ ଖୋଲିଥିବାରୁ ଲୋକଙ୍କ ଭିଡ ଦେଖିବାକୁ ଲାଗିଛି । ତେବେ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଦିଂ ପରିସରରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିଏମ୍ସି ପ୍ରତିଶ୍ରୁତି ଦେଇଥିବା ବେଳେ ଗୋଟେ ସେକ୍ସନ ପୋଲିସ ଓ ବିଏମ୍ସିର ଦୁଇ କର୍ମଚାରୀ ଏକ ମାସ ଧରି ଉପସ୍ଥିତ ରହିବା ନେଇ ମଧ୍ୟ କୁହାଯାଇଛି । ଅନ୍ୟପଟେ ଦୀର୍ଘ 4 ଦିନ ପରେ ଦୋକାନ ଖୋଲି ବ୍ୟବସାୟୀ ଖୁସି ଥିବା ବେଳେ ଗ୍ରାହକଙ୍କ ସୁଅ ଛୁଟିଛି ।

Spread the love