ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲା, ଆବଶ୍ୟକତା ନଥିବା କହିଲେ କୋର୍ଟ

କଟକ ୦୪/୦୮: ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲା । ଆଗୁଆ ଜାମିନ ଆବେଦନର କୌଣସି ଆବଶ୍ୟକତା ନ ଥିବା ଦର୍ଶାଇଲେ ହାଇକୋର୍ଟ ଏହାସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । Crpc ୪୧ ରେ ବାବୁସାନ୍ ଙ୍କ ବୟାନ ରେକର୍ଡ କରିଛି ପୋଲିସ । କୋର୍ଟ କହିଲେ ତଦନ୍ତ ପ୍ରକ୍ରିୟାରେ ମଧ୍ୟ ବାବୁ ସହଯୋଗ କରୁଛନ୍ତି । ତେଣୁ ଆଗୁଆ ଜାମିନର ଆବଶ୍ୟକତା ନାହିଁ ଦର୍ଶାଇଲେ କୋର୍ଟ ।

ସୂଚନା ଥାଉକି, ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅଭିନେତା ବାବୁସାନ । ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି । ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି । ତେଣୁ ଗିରଫ ଭୟରେ ବାବୁସାନ ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଖାରବେଳନଗର ଥାନାରେ ପତ୍ନୀ ତ୍ରିପ୍ତି ଶତପଥୀ ମାମଲା ରୁଜୁ କରିଛନ୍ତି । ଏଥିର ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନ ଅଭିଯୁକ୍ତ ଅଛନ୍ତି ।

Spread the love