ଅଗ୍ନିକାଣ୍ଡରେ ଜଳିଗଲା ୧୦ରୁ ଅଧିକ ଦୋକାନ

ସୋର ୦୫/୦୮:   ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି  l ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଥିବା ପାଖର ଛକରେ ଏପରି ଅଘଟଣ ଘଟିଛି l ନିଆଁର ପ୍ରକୋପ ଏତେ ଥିଲା ଯେ ପ୍ରାୟ ଦୁଇ ଘଣ୍ଟା ଧରି ଏହା କରାଳ ରୂପ ଦେଖାଇ ଚାଲିଥିଲାlତେବେ ଖବର ପାଇ ସୋରରୁ ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ l ପ୍ରଥମେ ନିଆଁ ସର୍ଟ ସର୍କିଟ ଯୋଗୁଁ ଜଳଖିଆ ଦୋକାନରେ ଲାଗିଥିଲା । ପରେ ଏଠାରେ ଥିବା ଦୁଇଟି ଗ୍ୟାସ ଟାଙ୍କିକୁ ଏହା ବ୍ୟାପିଯାଇଥିଲା ।  ଫଳରେ ଜୋର ଶବ୍ଦ ହୋଇ ଭୟଙ୍କର ବିସ୍ଫୋରଣ ହୋଇଥିଲା l ହାପରେ ଏକ ତେଜରାତି ଓ ଭେରାଇଟି ଦୋକାନକୁ ନିଆଁ ବ୍ୟାପିଥିଲା ।ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି l ଜଳଖିଆ ଦୋକାନ, ପରିବା ଓ ପାନ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛିl ଏହାସହ ନିକଟରେ ଥିବା ଆଠଟି ଜଳଖିଆ ଦୋକାନ ମଧ୍ୟ ଜଳିଯାଇଛି l ଜଳଖିଆ ଦୋକାନରେ ଜଣେ କର୍ମଚାରୀ ଶୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l

Spread the love