ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପରିଚାଳିତ ଯୁକ୍ତଦୁଇ (+୨) କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.odisharesults.nic.in)କୁ ଲଗ୍‌ଇନ୍ କରି ଫଳ ଦେଖିପାରିବେ। ଏନେଇ ସିଏଚଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ଣ ୪ଟାରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ ବୋଲି କୁହାଯାଇଛି । ଆଜି କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ  ବାହାରିବା ନେଇ ଅଗଷ୍ଟ ୬ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।

Spread the love